ପୃଥିବୀ ବିନାଶର କାରଣ ହୋଇପାରେ ଭୂକମ୍ପ: ପ୍ରତିବର୍ଷ ଚନ୍ଦ୍ରମା ଦୂରେଇ ଯାଉଛି ଦେଢ଼ ଇଞ୍ଚ

ଓ୍ବାଶିଂଟନ,୨୫।୯: ଗତ ୨୦ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ଲଗାତାର ଭୂକମ୍ପ ଘଟଣା ଘଟୁଛି। ହୁଏତ ଆଗାମୀ ଦିନରେ ପୃଥିବୀ ବିନାଶର କାରଣ ଭୂକମ୍ପ ହୋଇପାରେ ବୋଲି ଗବେଷକ ଅନୁମାନ କରୁଛନ୍ତି। ପୃଥିବୀ ନିଜ ଅକ୍ଷରେ ଘଣ୍ଟାପ୍ରତି ୧,୬୭୦ କିମି ବେଗରେ ଘୁରିଥାଏ। ତେବେ ଧୀରେ ଧୀରେ ଏହି ଗତି ଧିମା ହେବାରେ ଲାଗିଛି। ଫଳରେ ପୃଥିବୀର ମହାକର୍ଷଣ ଶକ୍ତି ସ୍ବାଭାବିକ ନ ହେବାରୁ ଚନ୍ଦ୍ରମା ଏହାଠାରୁ ପ୍ରତିବର୍ଷ ଦେଢ଼ ଇଞ୍ଚ ଦୂରେଇବାରେ ଲାଗିଛି। ଏହାଯୋଗୁ ପୃଥିବୀରେ ଲଗାତାର ଭୂକମ୍ପ ହେଉଛି। ଏହା ଲାଗି ରହିଲେ ପୃଥିବୀର ବିନାଶ ହେବ ବୋଲି ମୋଣ୍ଟାନା ବିଶ୍ୱବିଦ୍ୟାଳୟର ପ୍ରଫେସର ରେବେକ୍କା ବେଣ୍ଡିକ୍‌ ଏବଂ କୋଲୋରାଡୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରୋଜର ବିଲହମ୍‌ ସୂଚନା ଦେଇଛନ୍ତି। ୧୯୦୦ ପରେ ପୃଥିବୀରେ ୭ ତୀବ୍ରତାଯୁକ୍ତ ଭୂକମ୍ପ ଘଟଣା ବଢ଼ି ଚାଲିଥିବା ସେମାନେ କହିଛନ୍ତି। ପ୍ରତିବର୍ଷ ଏଭଳି ୨୫ରୁ ୩୦ ଭୂକମ୍ପ ହେଉଥିବା ସେମାନଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଦର୍ଶାଯାଇଛି। ସେହିପରି ସୌରମଣ୍ଡଳ ଉପରେ କରାଯାଇଥିବା ନାସାର ଜେଟ୍‌ ପ୍ରୋପଲଶନ୍‌ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୃଥିବୀ ଓ ଚନ୍ଦ୍ରମା ମଧ୍ୟରେ ଥିବା ମହାକର୍ଷଣ ଶକ୍ତିରେ ତାଳମେଳ ନ ରହିବାରୁ ପୃଥିବୀର ନିଜ କକ୍ଷରେ ଘୁରିବା ଗତି କମିବାରେ ଲାଗିଛି। ଏହା ଯୋଗୁ ବାରମ୍ବାର ଭୂକମ୍ପ ଘଟୁଛି।

Share