Posted inଜାତୀୟ

ପୃଥିବୀର ୧୦ ଦେଶରେ ଲାଗୁ ହୋଇଛି ଏକ ଦେଶ ଏକ ନିର୍ବାଚନ ଆଇନ: ଭାରତରେ ହୋଇଛି ଏପରି ୪ ଥର

ନୂଆଦିଲ୍ଲୀ, ୧୯।୬: ଏକ ଦେଶ ଏକ ନିର୍ବାଚନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଏହାଦ୍ୱାରା ଲୋକ ସଭା ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯାଇପାରିବ। ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ଏହାର ସପକ୍ଷ ଏବଂ ବିରୋଧରେ ମତ ଦେଉଛନ୍ତି। ପୂର୍ବରୁ ଭାରତରେ ଏଭଳି ୪ ଥର ନିର୍ବାଚନ ହୋଇସାରିଛି। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଏଭଳି ନିର୍ବାଚନ ହୋଇଛି। ତେବେ ୧୯୬୮-୬୯ପରଠାରୁ ଏହା ବନ୍ଦ ରହିଛି। କେତେକଙ୍କ ଅନୁସାରେ ଦେଶର ଜନସଂଖ୍ୟା ବଢ଼ିଥିବାରୁ ଏକ ସାଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ। ଦେଶରେ ବାରମ୍ବାର ନିର୍ବାଚନ ହେବାରୁ କେତେକ ନୀତିଗତ ଏବଂ ପ୍ରଶାସନିକ ସମସ୍ୟା ସୃଷ୍ଟି ହେଉଥିବା କେତେକ ରାଜନୈତିକ ଦଳ କହିଥାନ୍ତି। ଯଦି ୨୦୨୪ରେ ଏହି ନିୟମ ଅନୁସାରେ ଏକ ସାଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରାଯାଏ ତେବେ ସରକାରଙ୍କୁ ୧୭୫୧.୧୭ କୋଟି ଟଙ୍କା କେବଳ ଇଭିଏମ୍‌ କିଣିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କୁହାଯାଉଛି। ସାମ୍ବିଧାନିକ ନିୟମ ୩୫୬ ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଭଙ୍ଗ କରିବାର ଅଧିକାର ରହିିଛି। ଏହି ଅଧିକାର ଥିବାରୁ ଏକସାଙ୍ଗେ ଲୋକ ସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରାଯାଇ ପାରିବ ନାହିଁ ବୋଲି କୁହାଯାଉଛି। ସେଥିପାଇଁ ସମ୍ବିଧାନ ସଶୋଂଧନର ଆବଶ୍ୟକତା ରହିଛି। ଏକାସଙ୍ଗେ ନିର୍ବାଚନ କରିବା ପାଇଁ କେତେକ ରାଜ୍ୟର ବିଧାନସଭା ସମୟ ସୀମାକୁ ବଢ଼ାଯିବା ତଥା କମା ଯିବାର ଆଶଙ୍କା ରହିଛି। ଏହାଦ୍ୱାରା ସମ୍ପୃକ୍ତ ରାଜ୍ୟର ସ୍ବାୟତ୍ତତା ପ୍ରଭାବିତ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏଭଳି ବ୍ୟବସ୍ଥା ପୃଥିବୀର ୧୦ଟି ଦେଶରେ ଲାଗୁ ହୋଇଛି। ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ଜର୍ମାନୀ, ସ୍ପେନ୍‌, ହଙ୍ଗେରୀ, ସ୍ଲୋଭାନିଆ, ଆଲବେନିଆ, ପୋଲାଣ୍ଡ, ବେଲଜିୟମ୍‌ ଆଦି ଦେଶରେ ଏକସାଙ୍ଗେ ନିର୍ବାଚନ କରାଯିବାର ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri