ପୃଥିବୀର ସବୁଠାରୁ ଉଚ୍ଚା ଗଛ: କୁତବ୍‌ ମିନାରଠାରୁ ବି ଅଧିକ

ସ୍କାରାମେଣ୍ଟୋ,୧୩।୭: ପୃଥିବୀର ସବୁଠାରୁ ଉଚ୍ଚା ଗଛ କାର୍ଲିଫର୍ନିଆ ରେଡ୍‌ ଉଡ୍‌ ଜାତୀୟ ଉଦ୍ୟାନରେ ରହିଛି। ଏହାର ଉଚ୍ଚତା ୧୧୫.୮୫ ମିଟର। ଏହି ଗଛ ସମ୍ପର୍କରେ ୨୦୦୬ରେ ଜଣାପଡ଼ିଥିଲା। ଏହାର ଉଚ୍ଚତା ଦିଲ୍ଲୀର କୁତବ୍‌ ମିନାରଠାରୁ ମଧ୍ୟ ଅଧିକ। ସେହିପରି ଏହା ଆମେରିକା ସଂସଦ ଭବନ ତଥା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିଠାରୁ ମଧ୍ୟ ଉଚ୍ଚା ବୋଲି ଲୋକେ କହିଥାନ୍ତି। ସବୁଠାରୁ ଉଚ୍ଚା ଗଛ ଭାବେ ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି।

Share