ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ ଯେଉଁ ବେଗରେ ଘୂରୁଥିଲା ତାହା ଧିମା ପଡିଯିବାରୁ ଚନ୍ଦ୍ର ଧୀରେ ଧୀରେ ପୃଥିବୀଠାରୁ ଦୂରେଇ ଯାଉଛି। ନାସାର ଜେଟ୍‌ ପର୍ପଲ୍‌ସନ ଲାବୋରେଟୋରିର ମୁଖ୍ୟ ମାଥ୍ୟୁ ଫୁଙ୍କେ କହନ୍ତି,ଚନ୍ଦ୍ରମାର ଗା୍ରଭିଟି ଯୋଗୁ ପୃଥିବୀରେ ଏକ ତରଙ୍ଗ ସୃଷ୍ଟି ହୁଏ , ଯାହା ଫଳରେ ପୃଥିବୀ ତା’କକ୍ଷ ପଥରେ ଅଧିକ ବେଗରେ ଘୂରିଥାଏ। ଏବେ ଚନ୍ଦ୍ର ଦୂରେଇ ଯାଉଥିବାରୁ ପୃଥିତ୍ବୀ କକ୍ଷ ଓ ଅକ୍ଷରେ ଘୂରିବାର ବେଗ ଧିମା ପଡିଯାଉଛି ଓ ଏହାଯୋଗୁ ପୃଥିତ୍ବୀରେ ଭୂମିକମ୍ପ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ବିଶ୍ୱରେ ଯେତେ ଗ୍ରହ ଉପଗ୍ରହ ଅଛନ୍ତି ସେମାନେ ଯେମିତି ବି ଗତି କରନ୍ତୁ ନା କାହିଁକି ସେମାନଙ୍କ ଆଙ୍ଗୁଲାର ମୁମେଣ୍ଟମ ସମାନ ରହିଥାଏ। ଏବେ ପୃଥିବୀର ଆଙ୍ଗୁଲାର ମୁଭମେଣ୍ଟ ପ୍ରଭାବିତ ହେବା ଯୋଗୁ ଚନ୍ଦ୍ରମା ତହା ହାସଲ କରିବା ପାଇଁ ପୃଥିବୀ ଠାରୁ ଦୂରେଇ ଯାଉଛି। ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତି ବର୍ଷ ଚନ୍ଦ୍ରମା କକ୍ଷଠାରୁ ଦେଢ ଇଞ୍ଚ ଦୂରେଇ ଯାଉଛି। ଏହି କାରଣରୁ ପୃଥିବୀରେ ଏବେ ବଡ଼ ଭୂମିକମ୍ପ ହେଉଛି ଓ ଆଗକୁ ଆହୁରି ଅଧିକ ତୀବ୍ରତାବିଶିଷ୍ଟ ଭୂମିକମ୍ପ ହେବାର ଆଶଙ୍କା ରହିଛି ବୋଲି ନାସା ପକ୍ଷରୁ ପ୍ରକାଶ କରାଯାଇଛି। କଲୋରାଡୋ ବିଶ୍ୱବିଦ୍ୟାଳୟର ଗବେଷକ ରୋଜର ବିଲିହାମ ଏବଂ ମୋଣ୍ଟାନା ବିଶ୍ୱବିଦ୍ୟାଳୟର ଗବେଷକ ରେବେକା ବେଣ୍ଡିକ୍‌ଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ,୧୯୦୦ ମସିହା ପରେ ୭ ତୀବ୍ରତାବଶିଷ୍ଟ ଭୂମିକମ୍ପ ଅଧିକ ହୋଇଛି। ବିଂଶ ଶତାବ୍ଦୀର ଶେଷ ପାଞ୍ଚ ବର୍ଷର ଏହାଠାରୁ ଅଧିକ ତୀବ୍ରତାବିଶିଷ୍ଟ ଭୂମିକମ୍ପ ହେବା ଲକ୍ଷ୍ୟ କରାଯାଇଛି। ବୈଜ୍ଞାନିକମାନେ ପ୍ରତିବର୍ଷ ୨୦-୩୦ଟି ଅଧିକ ତୀବ୍ରତାର ଭୂମିକମ୍ପ ରେକର୍ଡ କରିଛନ୍ତି ,ଯାହାମଧ୍ୟରେ ୧୫ ପ୍ରତିଶତ ଅଧିକ ତୀବ୍ରତାର ଭୂମିକମ୍ପ ରହିଛି।
ଏହା ପୂର୍ବରୁ ଇଂଲଣ୍ଡର ବୈଜ୍ଞାନିକ ମାଇକେଲ ଷ୍ଟଓ୍ବଂସ କହିଥିଲେ କି, ପୃଥିବୀ ଯଦି ଘୂରିବା ବନ୍ଦକରିଦେବ ତେବେ ଏହା ପୃଷ୍ଠରେ ୧୬୭୦ କିଲୋମିଟର ବେଗରେ ପବନ ବହିବ ,ଚୁମ୍ବକୀୟ କ୍ଷେତ୍ର ବି ଶେଷ ହୋଇଯିବ ,ପ୍ରାଣଘାତକ ବିକିରଣ ନର୍ଗମନ ହୋଇ ପୂରା ଜୀବଜଗତକୁ ନଷ୍ଟ କରିଦେବ। ଅଣ୍ଡାକୃତି ପୃଥିବୀ ଗୋଲାକାର ହୋଇଯିବ। ପୃଥିବୀରେ ବର୍ଷର ଅଧା ସମୟ ରାତି ଓ ଅଧା ଦିନ ହୋଇ ରହିବ। କିନ୍ତୁ ନାସାର ବୈଜ୍ଞାନିକମାନେ କହନ୍ତି, ଏହା ଘଟିବାକୁ କୋଟି କୋଟି ବର୍ଷ ଲାଗିଯିବ।

Share