ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫ ମିଟର ଲମ୍ବ ବ୍ରିଜ୍‌ କାଓଡୁ ନଦୀର ୩୩୨ ମିଟର ଉପରେ ନିର୍ମିତ ହୋଇଛି। ଏହାର ଉଚ୍ଚତା ୧୧୦ ମହଲା କୋଠା ସହିତ ସମାନ ବୋଲି କୁହାଯାଉଛି। ୨୦୧୬ଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏଥିରେ ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଉପରେ ଯାନବାହନ ଘଣ୍ଟାପ୍ରତି ୮୦ କିମି ବେଗରେ ଯାଇପାରିବ। ବ୍ରିଜ୍‌ ୩ଟି ଟାଓ୍ବାର ଉପରେ ନିର୍ମିତ ହୋଇଛି। ପିଙ୍ଗ୍‌ଟାଙ୍ଗ୍‌ ଏବଂ ଲୁଓଡିଆନ୍‌ ଅଞ୍ଚଳ ମଧ୍ୟରେ ଏହାଦ୍ୱାରା ଯୋଗାଯୋଗ କରାଯାଇପାରିବ। ଏହାଦ୍ୱାରା ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଉଛି।

Share