ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର ଚାରିପାଖରେ ଘୂରୁଛନ୍ତି। ଏହିି ତିନୋଟି ଗ୍ରହ ମଧ୍ୟରୁ ଗୋଟିଏରେ କଠିନ ପୃଷ୍ଠଭୂମି ଥିବାବେଳେ ଅନ୍ୟ ଦୁଇଟି ଗ୍ୟାସୀୟ ଅବସ୍ଥାରେ ଅଛି। କଠିନ ଗ୍ରହର ଆକାର ପୃଥିବୀଠାରୁ ସାମାନ୍ୟ ବଡ଼, କିନ୍ତୁ ଅନ୍ୟ ଦୁଇଟି ଗ୍ୟାସୀୟ ଗ୍ରହ ପୃଥିବୀଠାରୁ ଦୁଇଗୁଣ ବଡ଼ । ଗବେଷକମାନେ କହନ୍ତି, ଏହିି ଗ୍ରହସବୁ ବାସୋପଯୋଗୀ । ଗ୍ରହଗୁଡିକ ନକ୍ଷତ୍ରଠାରୁ ଏମିତି ଦୂରରେ ରହିଛନ୍ତି ଯେ, ସେଠାରେ ସମୁଦ୍ରରେ ପାଣି ମିଳିବାର ଆଶଙ୍କା ରହିଛି। ନୂଆ ନକ୍ଷତ୍ର ସନ୍ଧାନରେ ଥିବା ନାସାର ‘ଇଟିଙ୍ଗ ସାଟେଲାଇଟ’ ଦ୍ୱାରା ଯେମିତି ନୂଆ ନକ୍ଷତ୍ର ସନ୍ଧାନ କରାଯାଉଛି ଠିକ୍‌ ସେମିତି ‘ଟିଓଆଇ-୨୭୦’ ସାଟେଲାଇଟ ବାସୋପଯୋଗୀ ଗ୍ରହ ଖୋଜିବା ଲାଗି ଡିଜାଇନ କରାଯାଇଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ କହନ୍ତି, ଏହି ଗ୍ରହର ଏକ ଶାନ୍ତ ନକ୍ଷତ୍ର ନିକଟରେ ରହିଛନ୍ତି। ଏମିତିିକି ଆମ ସୌରମଣ୍ଡଳରେ ଏମିତିକା ଗ୍ରହ ନାହଁି ବୋଲି କହନ୍ତିି ଗବେଷକ କେ.କେନ୍‌। ଟିଓଆଇ-୨୭୦ ସେହି ଚଟାଣ ଗ୍ରହ ଓ ଗ୍ୟାସୀୟ ଗ୍ରହ ମଧ୍ୟରେ କ’ଣ ସମ୍ବନ୍ଧ ରହିଛି ତା’ର ରହସ୍ୟ ଉନ୍ମୋଚନ କରିପାରିବ ବୋଲି ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିର ଗବେଷକ କହିଛନ୍ତି। ଟିଓଆଇ ଦ୍ୱାରା ଗ୍ରହରେ ଥିବା ଅମ୍ଳଜାନ, ଉଦ୍‌ଜାନ ଓ କାର୍ବନମନୋକ୍ସସାଇଡ ମାପିପାରିବ । ଏହା କରାଯିବା ପରେ ଗ୍ରହରେ ପାଣି ରହିଛି କି ନାହଁ ଜଣାପଡିବ ।

Share