ପୃଥକ ସ୍ଥାନରୁ ନାଗସାପ ଉଦ୍ଧାର

ବୁଗୁଡ଼ା,୯ା୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଏବଂ ଭାମଶିଆଳି ଗ୍ରାମରୁ ସୋମବାର ବି.କରଡ଼ାବାଡ଼ିର ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ ୨ଟି ନାଗସାପ ଉଦ୍ଧାର କରିଛନ୍ତି। ଭାମଶିଆଳି ଗ୍ରାମର ରବି ସାହୁଙ୍କ ଘରୁ ସ୍ନେକ୍‌ ହେଲପ୍‌ ଲାଇନର ହରିଶ ୫ ଫୁଟ ଲମ୍ବର ନାଗସାପ ଉଦ୍ଧାର କରିଥିଲେ। ସେହିପରି ମହୁଲପଲ୍ଲୀ ଗ୍ରାମର ହେମନ୍ତ ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ଥିବା ଏକ କୂଅରୁ ମଧ୍ୟ ସେ ୫ ଫୁଟ ଲମ୍ବର ନାଗସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ୨ ନାଗସାପଙ୍କୁ ହରିଶ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।