ପୂର୍ବ ଶତ୍ରୁତା କାରଣ, ୩ ଭାଇଙ୍କ ସମେତ ୪ ଗିରଫ

ଫୁଲବାଣୀ ଅଫିସ, ୨୦ା୨ – କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ପାବୁରିଆ ଅଞ୍ଚଳରେ ଗତ ୮ ତାରିଖ ରାତିରେ ହୋଇଥିବା ସଚ୍ଚିଦାନନ୍ଦ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ପୂର୍ବ ଶତ୍ରୁତାରୁ ପାବୁରିଆ ଅଞ୍ଚଳର ସଚ୍ଚିଦାନନ୍ଦଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ୩ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପାବୁରିଆ ଅଞ୍ଚଳର ସୌମେନ୍ଦ୍ର ବେହେରା, ଶୈଳେନ୍ଦ୍ର ବେହେରା, ପିଉସ ବେହେରା ଓ ଦୋକାନୀ ଜିତେଶ ଦେହୁରୀ। ପୂର୍ବରୁ ଜିତେଶଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବୁଧବାର ଅଭିଯୁକ୍ତ ୩ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜିତେଶ ଏହି ହତ୍ୟାକାଣ୍ଡରେ ସୂଚନାଦାତା ଥିଲେ। ହତ୍ୟାକାଣ୍ଡ ଦିନ ଜିତେଶଙ୍କ ସୂଚନା ଆଧାରରେ ସୌମେନ୍ଦ୍ର, ଶୈଳେନ୍ଦ୍ର ଓ ପିଉସ ଏକ ଅଟୋ ଏବଂ ଏକ ସ୍କୁଟିରେ ଆସି ସଚ୍ଚିଦାନନ୍ଦଙ୍କୁ ଖଣ୍ଡାରେ ବୀଭତ୍ସ ଭାବେ ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା ପ୍ୟାଣ୍ଟ ସାର୍ଟ ପୋଲିସ ଜବତ କରିଛି ବୋଲି ଏସ୍‌ପି ପ୍ରତୀକ ଗୀତା ସିଂ ପ୍ରକାଶ କରିଛନ୍ତି।
୨୦୧୫ ଡିସେମ୍ବର ୨୪ରେ ହତ୍ୟାକାଣ୍ଡ ଭିଆଇଥିବା ଯୁବକଙ୍କ ଭଉଣୀଙ୍କର ପ୍ରସବ ବେଦନା ହୋଇଥିଲା। ମା’ ଫୁଲବାଣୀ ମେଡିକାଲ ବାହାରିବାବେଳେ ସାଥିରେ ସଚ୍ଚିଦାନନ୍ଦଙ୍କ ଭାଇ ସରୋଜ ନାୟକଙ୍କ ସ୍ତ୍ରୀ କୁନିଙ୍କୁ ଡାକି ନେଇଥିଲେ। ହେଲେ ସଚ୍ଚିଦାନନ୍ଦଙ୍କ ପରିବାରକୁ ଏହା ଜଣାଇ ନ ଥିଲେ। ୨ ଦିନ ପରେ କୁନି ଘରକୁ ଫେରିବା ପରେ ସଚ୍ଚିଦାନନ୍ଦ, ଭାଇ ସରୋଜ ଏବଂ ଦୁର୍ଗା ତାଙ୍କ ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶୈଳେନ୍ଦ୍ର ସେମାନଙ୍କୁ ମାଡ଼ ମାରିଥିଲେ। ଏହାପରେ ସଚ୍ଚିଦାନନ୍ଦ ତାଙ୍କ ଭାଇମାନେ ମିଶି ପ୍ରତିଶୋଧ ନେବାକୁ ଚାହୁଁଥିଲେ। ୨୦୧୬ ଜୁନ୍‌ ୨୯ରେ ପୁଣି ସମ୍ପୃକ୍ତ ୩ ଭାଇଙ୍କ ସମେତ ୭ ଜଣ ମିଶି ଦୁର୍ଗା ଏବଂ ସରୋଜଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏ ନେଇ ସାରଙ୍ଗଗଡ ଥାନାରେ ନଂ.୬୬/୧୬ରେ ମାମଲା ରୁଜୁ ହୋଇଥିଲା। ପୋଲିସ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ସେମାନେ ଜାମିନରେ ଆସିଥିଲେ ମଧ୍ୟ ପାବୁରିଆରେ ରହୁ ନ ଥିଲେ। ଅଲଗା ଅଲଗା ରହୁଥିଲେ। ସେମାନଙ୍କୁ କିପରି ଜେଲ ଦଣ୍ଡ ହେବ ସେଥିନେଇ ସଚ୍ଚିଦାନନ୍ଦ ପ୍ରୟାସ ଚଳାଇଥିବା ଜାଣିବା ପରେ ୩ ଭାଇ ତାଙ୍କୁ ହତ୍ୟା କରିବା ଯୋଜନା କରିଥିଲେ। ପାବୁରିଆର ଦୋକାନୀ ଜିତେଶଙ୍କ ଠାରୁ ସେମାନେ ସଚ୍ଚିଦାନନ୍ଦଙ୍କ ବିଷୟରେ ଟିକିନିଖ ଖବର ନେଉଥିଲେ। ସଚ୍ଚିଦାନନ୍ଦ ଘଟଣା ଦିନ ବଜାରରେ ଥିବାବେଳେ ଏକ ଅଟୋ ଏବଂ ସ୍କୁଟିରେ ୩ ଭାଇ ଆସି ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଫୋନ କଲ ଆଧାରରେ ଭୁବନେଶ୍ୱରରୁ ପିଉସ୍‌ଙ୍କୁ ଗିରଫ କରାଯିବା ପରେ ସେ ସମସ୍ତଙ୍କ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୋଲିସ ଅନ୍ୟମାନଙ୍କୁ ଫୁଲବାଣୀ ଏବଂ ଚକାପାଦରୁ ଗିରଫ କରିଥିଲା। ଏ ନେଇ ଥାନାରେ ନଂ.୮/୨୦ରେ ମାମଲା ରୁଜୁ ହୋଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…

ତାତିଲେ ଉଠା ଦୋକାନୀ, ଘେରିଲେ ତହସିଲ କାର୍ଯ୍ୟାଳୟ: ପ୍ରତିଶ୍ରୁତି ଦେଲା ପ୍ରଶାସନ

ଦାରିଙ୍ଗବାଡି, ୧୩।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତ ଉଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri