ପୂର୍ବ ଶତ୍ରୁତାକୁ ନେଇ ପୋଡିଦେଲେ ପାନ ଦୋକାନ

କୁଆଁରମୁଣ୍ଡା,୧୪।୧୧(ଡି.ଏନ.ଏ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ତହସିଲ ବଜାରରେ ପାନ ଦୋକାନ କରିଥିବା ବାବୁନି ପଣ୍ଡାଙ୍କ ପାନ ଦୋକାନକୁ ଶୁକ୍ରବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ପୋଡି ଦେଇଛନ୍ତି। ଫଳରେ ପାନ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଖବରପାଇ କୁଆଁରମୁଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।