ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ପୋଲିସର ତଦନ୍ତ ଆରମ୍ଭ

କେ.ନୂଆଗାଁ,୧୭।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ କେ ନୂଆଗାଁର ପିପିଳପଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଯୋଗେଶ୍ୱର ପ୍ରଧାନ (୫୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର କିଛି ଲୋକଙ୍କ ସହ ଯୋଗେଶ୍ୱରଙ୍କ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଯୋଗେଶ୍ୱର ତଳେ ପଡ଼ିଯାଇଥିଲେ। ଗଣ୍ଡଗୋଳକାରୀ ତାଙ୍କୁ ଦଳିଚକଟି ମାରିଦେଇଥିବା ନେଇ ତାଙ୍କ ପୁଅ ସମିଲନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।