ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରଥଯାତ୍ରା ହେବନାହିଁ। ଅର୍ଥାତ କେନ୍ଦୁଝରର ବଡଦାଣ୍ଡରେ ଏବର୍ଷ ଗଡିବନି ସର୍ବୋଚ୍ଚ ରଥ । ପୂର୍ବରୁ ବିଭିନ୍ନ କାରଣରୁ ଏଭଳି ଦୁଇ ଥର ରଥ ଟଣା ହୋଇ ନ ଥିବା କୁହାଯାଏ ।
ଏଠାକାର ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ଓ ରଥଯାତ୍ରା ସଂସ୍କୃତି ପ୍ରାୟ ୪୦୦ ବର୍ଷର ପୁରୁଣା । ‘ଏକଦା ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କୁ ରଙ୍ଗ ଦିଆଯାଇନଥିଲା ।
ସେ ସମୟରେ ଚିତ୍ରକାର ମାନେ ସଦର ବ୍ଲକର ମହାଦେଇଯୋଡାରେ ରହୁଥିଲେ ।  ଝଡତୋଫାନ ହେବାରୁ ଆସି ପାରିଲେନି ।  ଏଭଳି ଅବହେଳା ପାଇଁ ରାଜା ସେମାନଙ୍କୁ ବେତ ମାଡ କରି ଦଣ୍ଡିତ କଲେ  କାହିଁକି ବେତ ମାଡ କଲେ ବୋଲି ପ୍ରଶ୍ନ କରି ଚିତ୍ରକାରମାନେ କ୍ଷୁବ୍ଧ ହୋଇ ରଙ୍ଗ ଲଗାଇବାକୁ ଅରାଜି ହେଲେ ।  ଫଳରେ ରଥଯାତ୍ରାରେ ସମସ୍ୟା ଦେଖାଦେଇଥିଲା । ଶ୍ରୀଜୀଉମାନଙ୍କୁ ରଥ ଉପରକୁ ନିଆଯାଇଥିଲା କିନ୍ତୁ ରଥ ଟଣା ହୋଇ ପାରିନଥିଲା । ଏହା ପରେ ଏଭଳି ସମସ୍ୟା ଆଗକୁ ଯେପରି ନ ହୁଏ ସେଥିପାଇଁ ରାଜା ଛଅ ଚିତ୍ରକାର ପରିବାରକୁ ପୁରୁଣା ବଜାରକୁ ଆଣି ମନ୍ଦିର ନିକଟରେ ଥଇଥାନ କଲେ ବୋଲି ବୋଲି କୁହନ୍ତି ସଂଗ୍ରାହକ ସୁଜିତ ପଟ୍ଟନାୟକ । ଅପରପକ୍ଷରେ ଏଠାକାର ରଥଯାତ୍ରା ଭୂୟାଁ ଜନଜାତି ସଂସ୍କୃତି ସହିତ ଜଡିତ। ତେବେ ଏଠାରେ ଧରଣୀଧର ଭୂୟାଁଙ୍କ ମେଳି ହୋଇଥିବା ସମୟରେ ଗୋଟିଏ ବର୍ଷ ରଥ ଟଣା ବନ୍ଦ ରହିଥିଲା ବୋଲି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ମତ ଦିଅନ୍ତି।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ଦେବଗଡରେ ବୁଲା କୁକୁର ଆତଙ୍କ, ଯାହାକୁ ଦେଖୁଛି….

ଦେବଗଡ,୨୧ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ କୁକୁର ଆତଙ୍କ । ବୁଲା କୁକୁର ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ନେଇ ଅଭିଯୋଗ ହୋଇଛି । ଛୋଟ ଛୁଆଠୁ…

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୪୮ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୧ା୨ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri