Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ କରୋନା

ମୁମ୍ବାଇ,୨୫।୫: ମହାରାଷ୍ଟ୍ରର ପିଡବ୍ଲୁଡି ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସେ କିଭଳି କରୋନା ଆକ୍ରାନ୍ତ ହେଲେ ତାହା ଜଣାପଡିନାହିଁ। ଉଦ୍ଧବ ସରକାରରେ ଦ୍ୱିତୀୟ ମନ୍ତ୍ରୀ ଭାବେ କରୋନା ସଂକ୍ରମିତ ହୋଇଛନ୍ତି ଅଶୋକ ଚୌହାନ। ପୂର୍ବରୁ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଛୁଇଁଛି। ସେପଟେ କରୋନାରେ ୧୬୩୫ ଜଣଙ୍କ ମୃତ୍ୟୁ ଘଟିଛି।

Share