Categories: ଖେଳ

ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଜିଭୋଜିକ୍‌ଙ୍କ ଅବସର

କିଏଭ୍‌ ,୧୦।୬ (ଏପି): ପୂର୍ବତନ ବିଶ୍ୱ ଲାଇଟ୍‌ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ଆଲେକଜାଣ୍ଡାର ଜିଭୋଜିକ୍‌ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କ ମ୍ୟାନେଜର ଏଗିସ୍‌ କ୍ଲିମାସ ବୁଧବାର ସୂଚନା ଦେଇଛନ୍ତି। ଜିଭୋଜିକ୍‌ ୨୦୧୮ ଡିସେମ୍ବରରେ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଥିଲେ। ସେତେବେଳେ ସେ ଆଡୋନିସ ଷ୍ଟିଭନସନଙ୍କୁ ହରାଇ ଏହି ସଫଳତା ପାଇଥିଲେ। ଷ୍ଟିଭେନସନ ୫ ବର୍ଷ ଧରି ବେଲ୍ଟକୁ ନିଜ ପାଖରେ ରଖିବାକୁ ସମର୍ଥ ହୋଇଥିଲେ। ସେ ମଧ୍ୟ ୨୦୧୨ ଅଲିମ୍ପିକ୍ସରେ ୟୁକ୍ରେନ୍‌ ପାଇଁ ଲାଇଟ୍‌ ହେଭିଓ୍ବେଟ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଅବସର ନେବା ପରେ ଜିଭୋଜିକ୍‌ ବ୍ୟବସାୟ କରିବେ ବୋଲି ଇଚ୍ଛା ଜାହିର କରିଛନ୍ତି। ଏ ନେଇ ୟୁକ୍ରେନ୍‌ର ଓ୍ବେବ୍‌ସାଇଟ୍‌ ଟ୍ରିବ୍ୟୁନାଲରେ ଗତବର୍ଷ ସାକ୍ଷାତକାର ଦେବା ଅବସରରେ କହିଥିଲେ। ତେବେ ସେ ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

Share