ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରଲୋକ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତନ ବରିଷ୍ଠ ପ୍ରଶାସକ ବାଞ୍ଛାନିଧି ବିଶୋୟୀଙ୍କର ଝାରପଡାସ୍ଥିତ ବାସଭବନରେ ବୁଧବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୯୫ ବର୍ଷ ହୋଇଥିଲା। ଶେଷ ନିଶ୍ୱାସ ତ୍ୟାଗ ବେଳକୁ ତାଙ୍କ ନିକଟରେ ତାଙ୍କର ଚାରିପୁତ୍ର ସମଲାଇ ପ୍ରସାଦ, ସୁରେନ୍ଦ୍ର ପ୍ରସାଦ, ଦିଲିପ, ସିଦ୍ଧାର୍ଥ, ଦୁଇ କନ୍ୟା ସ୍ନେହପ୍ରଭା, ଶ୍ୱେତପ୍ରଭା ସାହୁ ଓ ଜାମାତା ସଦାନନ୍ଦ ସାହୁ ଉପସ୍ଥିତ ଥିଲୋ। ସ୍ବର୍ଗତ ବିଶୋୟୀ ଭୁବନେଶ୍ୱର ଓ କଳାହାଣ୍ଡିରେ ଏଡିଏମ୍‌ ଭାବେ କାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ। ବିଶେଷ କରି କଳାହାଣ୍ଡି ଜିଲାର ମରୁଡି ମୁକାବିଲା ଦିଗରେ ତାଙ୍କର ପଦକ୍ଷେପ ବେଶ୍‌ ପ୍ରଶଂସନୀୟ ଥିଲା। ଜଣେ ସାଧୁ, ସଚ୍ଚୋଟ ଓ କର୍ମନିଷ୍ଠ ଅଫିସର ଭାବେ ତାଙ୍କର ସମାଜରେ ବେଶ୍‌ ପ୍ରତିଷ୍ଠା ଥିଲା। ଅବସର ପରେ ସେ ମାଗଣା ହୋମିଓପାଥିକ ଚିକିତ୍ସା ଯୋଗାଇ ଲୋକପ୍ରୀୟ ହୋଇ ପାରିଥିଲେ।