Categories: ଖେଳ

ପୂର୍ବତନ ପେସାଦାର ଗଲ୍ଫର ସାଣ୍ଡର୍ସଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ, ୧୩।୪ (ଏଏଫ୍‌ପି): ଆମେରିକୀୟ ପେସାଦାର ଗଲ୍ଫର ଡଗ୍‌ ସାଣ୍ଡର୍ସ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ହଷ୍ଟନ୍‌ରେ ରବିବାର ସକାଳେ ସେ ପରଲୋକ ଗମନ କରିଛନ୍ତି। ବିଶ୍ୱ ଗଲ୍ଫର ଜଣେ କିମ୍ବଦନ୍ତୀ ଖେଳାଳିଭାବେ ବିବେଚିତ ହୁଅନ୍ତି ସାଣ୍ଡର୍ସ। ପିଜିଏ ଟୁରରେ ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗଲ୍ଫର ମାନ୍ୟତା ପାଇଛନ୍ତି। ସେ ୨୦ଟି ଟାଇଟଲ ହାସଲ କରିଛନ୍ତି। ସେଥିମଧ୍ୟରୁ ସେ ୧୯୫୬ରେ କାନାଡିଆନ ଓପନ୍‌ରେ ମଧ୍ୟ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ୪ଟି ମେଜର ଟୁର୍ନାମେଣ୍ଟରେ ସେ ରନର୍ସ ଅପ୍‌ ମଧ୍ୟ ହୋଇଥିଲେ। ଏଥିରେ ୧୯୭୦ ଓପନ ଚାମ୍ପିୟନଶିପ୍‌ ସାମିଲ ଥିଲା। କ୍ୟାରିୟରରେ ହାସଲ କରିଥିବା ଅସାଧାରଣ ସଫଳତା ପାଇଁ ତାଙ୍କୁ ‘ପିକକ୍‌ ଅଫ୍‌ ଫେୟାର ଓ୍ବେଜ୍‌’ କୁହାଯାଏ। ୧୯୫୬ରେ ସେ ପ୍ରଥମ ପିଜିଏ ଟୁର ଇଭେଣ୍ଟରେ ଚାମ୍ପିୟନ ହୋଇଥିଲେ। ବିଭିନ୍ନ ମେଜର ଟୁର୍ନାମେଣ୍ଟରେ ରନର୍ସଅପ ହୋଇ ସେ ଚର୍ଚ୍ଚିତ ହୋଇଥିଲେ। ୧୯୬୭ରେ ସେ ହଷ୍ଟନ୍‌ରେ ଥରେ ରାଇଡର କପ୍‌ ଖେଳିଥିଲେ। ସେ ଜର୍ଜିଆର ସେଡାରଟାଉନ୍‌ରେ ଜନ୍ମ ଗ୍ରହଣ କରିଥିଲେ ଓ ଫ୍ଲୋରିଡାରେ କଲେଜ ଗଲ୍ଫ ଖେଳିଥିଲେ।

Share