Categories: ଜାତୀୟ

ପୂର୍ବତନ କ୍ରିକେଟର୍‌ ମହମ୍ମଦ ଆଜାରୁଦ୍ଦିନ ବିରୋଧରେ ମାମଲା

ପୁଣେ,୨୩।୧: ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ ଟ୍ରାଭେଲ ଏଜେନ୍ସି ସେମାନଙ୍କ ନାଁରେ ଔରଙ୍ଗାବାଦ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ’ଡାନିସ୍‌ ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ’ର ମାଲିକ ମହମ୍ମଦ ସାଦାବଙ୍କ ଅଭିଯୋଗ ଅନୁଯାୟୀ, ନଭେମ୍ବର ୯ରୁ ୧୨ ପର୍ଯ୍ୟନ୍ତ କେରଳର ସୁଧୀଶ ଅଭିକ୍କଲ ନାମକ ଜଣେ ବ୍ୟକ୍ତି ଆଜାରୁଦ୍ଦିନ ଏବଂ ନିଜ ପାଇଁ ବିଦେଶ ଯିବା ପାଇଁ ଟିକେଟ୍‌ ବୁକିଂ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ଟଙ୍କା ମିଳିନାହିଁ। ଅଜାରୁଦ୍ଦିନଙ୍କ ବ୍ୟକ୍ତିଗତ ସଚିବ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି ସାଦାବ କହିଛନ୍ତି।

Share