Categories: ଖେଳ

ପୂର୍ବତନ କ୍ରିକେଟରଙ୍କ ପୁଅ ଗାଡ଼ି ଧକ୍କାରେ ମହିଳା ଗୁରୁତର

ମୁମ୍ବାଇ,୮।୧- ପୂର୍ବତମ ଭାରତୀୟ କ୍ରିକେଟର ସବା କରିମଙ୍କ ପୁଅ ଫିଦେଲଙ୍କ ଗାଡ଼ି ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳେ ମୁମ୍ବାଇ ପେଡର ରୋଡ ଅଞ୍ଚଳରେ ଏହି ଘଟଣା ଘଟିଥିଲା। କାରରେ ନିଜେ ସବା କରିମ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଗାଡ଼ି ତାଙ୍କ ପୁଅ ଚଲାଉଥିଲା। ମୁମ୍ବାଇ ପୋଲିସ ମାମଲା ଦର୍ଜ କରିଛି। ଏ ଘଟଣାରେ ଫିଦେଲଙ୍କୁ ଗିରଫ କରାଯାଇପାରେ। ମିଳିଥିବା ସୂଚନା ମୁତାବକ, ଫିଦେଲ ଏକ ଗାଡ଼ିକୁ ଓଭରଟେକ କରିବାକୁ ଉଦ୍ୟମ କରୁଥିବାବେଳେ ରାସ୍ତା ପାରି ହେଉଥିବା ମହିଳାଙ୍କୁ ଧକ୍କା କରିଥିଲେ। ଦୁର୍ଘଟଣାକୁ ରୋକିବା ପାଇଁ ସେ ବ୍ରେକ ମାରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜସଲୋକ ମେଡିକାଲରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ନାମ ସିନ୍ଧି ଏମ୍‌. ବୋଲି ଜଣାପଡ଼ିଛି। ଉଲ୍ଲେଖଥାଉ, ଫିଦେଲ ଫୁଟବଲ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବାପା ସବା କରିମ ବର୍ତ୍ତମାନ ବିସିସିଆଇ କ୍ରିକେଟ ଅପରେଶନ୍ସର ସାଧାରଣ ସମ୍ପାଦକ ପଦରେ ଅଛନ୍ତି। ସେ ଭରତ ପାଇଁ ୧ ଟେଷ୍ଟ ଓ ୩୪ ଦିନିକିଆ ଖେଳିଛନ୍ତି।

Share