Posted inଖେଳ

ପୂର୍ବତନ କ୍ରିକେଟରଙ୍କ ପାଇଁ ଆଇସିଏର ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୨।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ସାରା ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ଅର୍ଥାଭାବ ଦେଇ ଗତି କରୁଥିବା ୩୦ ଜଣ ଖେଳାଳିଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ଆଇସିଏର ଏହି ମହତ୍‌ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏବେ ଆଗେଇ ଆସିଛନ୍ତି ଦୁଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଓ କପିଳ ଦେବ। ଏହି ପୂର୍ବତନ କ୍ରିକେଟରମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ସଂଗ୍ରହ କରାଯାଉଛି ବୋଲି କୁହାଯାଇଛି। ଗାଭାସ୍କର, କପିଳ ଦେବଙ୍କ ସମେତ ଗୌତମ ଗମ୍ଭୀର ଓ ଗୁଣ୍ଡାପ୍ପା ବିଶ୍ୱନାଥ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗୁଜରାଟରୁ ଏକ କର୍ପୋରେଟ ମଧ୍ୟ ଏଥିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛି ବୋଲି ଆଇସିଏ ଅଧ୍ୟକ୍ଷ ଅଶୋକ ମାଲହୋତ୍ରା କହିଛନ୍ତି।
ଗାଭାସ୍କର, କପିଳ ଓ ଗମ୍ଭୀର ଅର୍ଥଦାନ କରିଛନ୍ତି। ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ମଧ୍ୟ ଆର୍ଥତ୍କ ସାହାଯ୍ୟ କରିବାକୁ ଗତ ସପ୍ତାହରେ ପ୍ରସ୍ତାବ ଦେଇଛନ୍ତି। ମେ ୧୫ ତାରିଖର ପର୍ଯ୍ୟନ୍ତ ଆଇସିଏ ଅର୍ଥ ଦାନ ଗ୍ରହଣ କରିବ। ଏହାପରେ ପ୍ରତ୍ୟେକ ଜୋନ (ନର୍ଥ, ଇଷ୍ଟ, ଓ୍ବେଷ୍ଟ, ସାଉଥ ଓ ସେଣ୍ଟ୍ରାଲ)ରୁ ୫-୬ କ୍ରିକେଟରଙ୍କୁ ସାହାଯ୍ୟ ନିମନ୍ତେ ଚୟନ କରିବ। ଯେଉଁ କ୍ରିକେଟରମାନେ ଚାକିରି କରିନାହାନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ସେମାନଙ୍କ ରାଜ୍ୟ ଆସୋସିଏଶନଠାରୁ ପେନ୍‌ସନ ପାଉନାହାନ୍ତି, ସେମାନଙ୍କୁ ସାହଯ୍ୟ କରାଯିବ ବୋଲି ମାଲହୋତ୍ରା କହିଛନ୍ତି। ଆଇସିଏ ପ୍ରଥମେ ଏହି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଗତବର୍ଷ ଆଇସିଏ କାର୍ଯ୍ୟକ୍ଷମ ହୋଇଥିଲା। ଆଇସିଏରେ ଏପର୍ଯ୍ୟନ୍ତ ୧୭୫୦ଜଣ କ୍ରିକେଟର ପଞ୍ଜୀକୃତ କରାଇଛନ୍ତି। ବିସିସିଆଇ ମଧ୍ୟ ଗତ ଫେବୃୟାରୀରେ ଆଇସିଏକୁ କାର୍ଯ୍ୟକ୍ଷମ କରିବାକୁ ୨ କୋଟି ଟଙ୍କାର ପ୍ରାରମ୍ଭିକ ଅନୁଦାନ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri