ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭଣ୍ଡାରିପୋଖରୀ,୮ା୧୦ (ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କୁଣ୍ଡସାହି ଦୁର୍ଗାମଣ୍ଡପରେ ଜଗଜ୍ଜନନୀ ମା ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ୯୦ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି। ମା’ଙ୍କ ପୂଜା ଲାଗି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରତ୍ୟହ ସନ୍ଧ୍ୟାରେ ଆଖପାଖ ଶିଶୁ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଠାକୁ ପୂଜା ଦେଖିବାକୁ ଆସୁଛନ୍ତି। ବୁଧବାର ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ।