ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ପର୍ଯ୍ୟାପ୍ତ ପୋଲିସ ଓ ଏସ୍‌ପିଓ ମୁତୟନ ରହିଥିଲେ। ଏହାସତ୍ତ୍ୱେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟେରାମାନେ ଉତ୍ପାତ କରିଥିଲେ। ସେମାନେ ବାଇକ୍‌ ଚୋରି କରିନେବା ସହ ମୋବାଇଲ୍‌ ଫୋନ୍‌, ସୁନା ଚେନ୍‌ ଓ ପର୍ସ ଲୁଟିନେଇଛନ୍ତି। କେବଳ ନବମୀ ଓ ଦଶମୀ ୨ ଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି ଓ ଲୁଟ୍‌ ହୋଇଥିବା ନେଇ ଭୁବନେଶ୍ୱରର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ହାତଗଣତି କେତେଜଣଙ୍କୁ ଧରିଆଣି ପଚରାଉଚରା କରୁଥିବା ଜଣାପଡିଛି।
ଅଭିଯୋଗ ଅନୁସାରେ, ନୟାପଲ୍ଲୀ ଦୁର୍ଗାପୂଜା ଦେଖିବାକୁ ଆସିଥିବା ପାଇକ ନଗର ଅଞ୍ଚଳର ହର୍ଷମଣୀ ସ୍ବାଇଁଙ୍କ ଅଢେଇ ଭରି (୨୫ଗ୍ରାମ)ର ସୁନା ଚେନ ଲୁଟ୍‌ ହୋଇଛି। ଏହିପରି ସୁନା ଚେନ୍‌, ମୋବାଇଲ ଫୋନ୍‌ ଓ ପର୍ସ ଲୁଟ୍‌ ନେଇ ନୟାପଲ୍ଲୀ ଥାନା ପୋଲିସ ୩୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପାଇଥିବାବେଳେ ୮ ମାମଲା ରୁଜୁ କରିଛି। ସେହିପରି ରସୁଲଗଡ ଦୁର୍ଗାପୂଜାରେ ଲୁଟ୍‌ ଓ ଚୋରିର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଭିଯୋଗ କରିଛନ୍ତି। ୮ ବାଇକ ଚୋରି, ୫ ସୁନା ଚେନ ଓ ୬ ମୋବାଇଲ ଫୋନ୍‌ ଚୋରି ନେଇ ମଞ୍ଚେଶ୍ୱର ଥାନା ପୋଲିସ ମାମଲା ରୁଜୁ କରିଛି। ଏଥିସହ ୨ ଜଣ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମୋବାଇଲ, ପର୍ସ ଓ ସୁନା ଚେନ ଲୁଟ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଓ ଖଣ୍ଡଗିରି ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ସେହିପରି କ୍ୟାପିଟାଲ, ଖାରବେଳନଗର ଏବଂ ଶହୀଦନଗର ଥାନାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ସହରର ଅନ୍ୟ ଥାନାଞ୍ଚଳରେ ମଧ୍ୟ ଏପରି ଏକାଧିକ ଘଟଣା ଘଟିଥିବା ଜଣାପଡିଛି। ପୋଲିସ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଅଣଓଡିଆ ଏପରି କାଣ୍ଡ ଘଟାଇ ଫେରାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଧରାପଡ଼ିଥିବା କେତେଜଣ ଅଭିଯୁକ୍ତଙ୍କ ବୟାନ ଆଧାରରେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?