ପୂଜା ଛୁଟିରେ ୨ ଦିନ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଚଳିତ ମାସ ୫ରୁ ୮ ତାରିଖ ଯାଏ ସରକାରୀ ଛୁଟି ଦିବସ ରହିଛି। ତେଣୁ ଏହି ସମୟରେ ନୂଆ ଗାଡ଼ି ପଞ୍ଜୀକରଣ କାର୍ଯ୍ୟ ବାଧା ପାଇବ। ତେଣୁ ଦୁଇ ଦିନ ଅର୍ଥାତ ୫ ଏବଂ ୭ ତାରିଖରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆର୍‌ଟିଓଗୁଡ଼ିକ ଖୋଲା ରହିବ। ଉକ୍ତ ଦିନଗୁଡ଼ିକରେ ଡିଲରମାନଙ୍କଠାରୁ ନୂଆ ଗାଡି ପଞ୍ଜୀକରଣ ସମ୍ବନ୍ଧୀୟ କାଗଜପତ୍ର ଆର୍‌ଟିଓ ଦ୍ୱାରା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।