ପୂଜାରେ ଶାଢ଼ି ଫ୍ୟାଶନ

କୌଣସି ପର୍ବପର୍ବାଣି ହେଉ କି ବିଶେଷ କିଛି ଅକେଜନ୍‌ରେ ମହିଳାମାନେ ନିଜକୁ ସଜେଇହେବାକୁ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ଶାଢ଼ି ଅନ୍ୟତମ। ଆଉ ଦିନ କେଇଟା ପରେ ଦୁର୍ଗାପୂଜା ।
ଆପଣ ଶାଢ଼ି ମଧ୍ୟରେ କେଉଁ ଡିଜାଇନ ପିନ୍ଧିଲେ ସୁନ୍ଦର ଏବଂ ଗର୍ଜିୟସ୍‌ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ…

ରେଡ୍‌ ଆଣ୍ଟ ମେରୁନ୍‌ ଜର୍ଜେଟ ଷ୍ଟୋନ୍‌ଓ୍ବାର୍କ
ଯଦି ଆପଣ ନବବିବାହିତା ଆପଣ ଲାଲ କିମ୍ବା ମେରୁନ୍‌ ରଙ୍ଗ ବର୍ଡର ଶାଢ଼ି ପିନ୍ଧିପାରିବେ। ଶାଢ଼ି ହେଭି ହେବା ସହ ଆପଣ ହାଲ୍‌କା ଜୁଏଲେରି ପିନ୍ଧନ୍ତୁ। ଆପଣ ଚାହିଁଲେ ଷ୍ଟୋନ୍‌ଓ୍ବାର୍କ କିମ୍ବା ପ୍ୟାଚ୍‌ ଓ୍ବାର୍କ ମଧ୍ୟ ପିନ୍ଧିପାରିବେ।
ମେରୁନ୍‌ ଶାଢ଼ି ଉଇଥ
ଗୋଲ୍‌ଡେନ ବର୍ଡର
ଯଦି ଆପଣ ଏହିଦିନରେ ସିମ୍ପଲ ଦେଖାଯିବାକୁ ଚାହୁଁଛନ୍ତି ତେବେ ହେଭି ଇୟରିଂ ସହ ପତଳା ଗୋଲ୍‌ଡେନ ବର୍ଡର ଥିବା ରେଡ୍‌,ମେରୁନ୍‌,ପିଙ୍କ୍‌,ଅରେଞ୍ଜ କିମ୍ବା ପର୍ପଲ କଲର ଶାଢ଼ି ପିନ୍ଧିପାରିବେ। ଏହା ଆପଣଙ୍କ ସିମ୍ପୁଲ ଓ କ୍ଲାସି ଲୁକ୍‌ ଦେଇଥାଏ।
ଲେହେଙ୍ଗା ଶାଢ଼ି
ଯଦି ଆପଣ ପୂଜାରେ ନିଜକୁ ଅଲଗା ଲୁକ୍‌ ଦେବାକୁ ଚାହଁୁଥାନ୍ତି ତେବେ ଲେହେଙ୍ଗା ଶାଢ଼ି ଏକ ଭଲ ଅପ୍‌ସନ ହେବ। ଲେହେଙ୍ଗା ଶାଢ଼ିକୁ ଆପଣ ବିଭିନ୍ନ ଡିଜାଇନ୍‌ରେ ଡ୍ରାଗ୍‌ କରି ପିନ୍ଧିପାରିବେ। ଲେହେଙ୍ଗା ନବବିବାହିତ ମହିଳାଙ୍କୁ ଭଲ ମାନିଥାଏ।
ପିଙ୍କ୍‌ ବ୍ରଡ୍‌ ଉଇଥ୍‌ ଅରେଞ୍ଜ ସିଲ୍‌କ ଶାଢ଼ି
ପୂଜା ସିଜିନ୍‌ରେ ମହିଳାଙ୍କୁ ଲାଲ୍‌ ମେରୁନ୍‌ ରଙ୍ଗ ଶେଡ୍ସ ପିନ୍ଧିବାକୁ ଭଲ ଲାଗେ। ତେବେ ଏହି ସିଜନ୍‌ରେ ଗୋଲାପୀ,ଅରେଞ୍ଜ ମିକ୍ସ ଥିବା ସିଲ୍‌କ ଶାଢ଼ୀ ,ବନାରସୀ,କାଞ୍ଜିବରମ୍‌ ଶାଢ଼ି ପିନ୍ଧିପାରିବେ। ଆପଣଙ୍କୁ ଶାଢ଼ି ସହ ଲାଇଟ୍‌ ଓ୍ବେଟ୍‌ ଜୁଏଲେରି ଭଲ ମାନିବ।
ସିମୋର ଜର୍ଜେଟ ଶାଢ଼ି
ସିଲ୍କ,କର୍ଟନ,ବନାରସୀ,ନେଟ୍‌ ସହ ଝିଅମାନଙ୍କୁ ସିମୋରି ବା ଚମକ ଶାଢ଼ି ବହୁତ ପସନ୍ଦ। କାହିଁକି ନା ଏହା ପିନ୍ଧିବାକୁ ଲାଇଟ୍‌ ଓ୍ବେଟ୍‌ ହୋଇଥାଏ। ଏହି ଶାଢ଼ିରେ ଆପଣ ଏଥନିକ୍‌ ଜୁଏଲେରି ପିନ୍ଧିପାରିବେ।