ପୂଜାରେ ନିଶା, ଆଧୁନିକ ସଙ୍ଗୀତ ମନା

ବାରିପଦା ଅଫିସ,୨୩ା୯:ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସହରଠାରୁ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ମୂର୍ତ୍ତି ତିଆରି ସାଙ୍ଗକୁ ତୋରଣ ସାଜସଜ୍ଜା କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ପୂଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଡ଼ୋଶୀ ରାଜ୍ୟର କାରିଗରମାନଙ୍କୁ ନିୟୋଜିତ କରାଯାଇଛି। ସହରର ୨୬ଟି ମଣ୍ଡପରେ ଚଳିତ ବର୍ଷ ପୂଜା ହେବାକୁ ଯାଉଛି। ତେବେ ୧୩ ବର୍ଷରେ ପଦାର୍ପଣ କରିଥିବା ବାରିପଦା ମଧୁବନ ଅଞ୍ଚଳର ବାରୁଣେଶ୍ୱର ଦୁର୍ଗାପୂଜା କମିଟି ସହରର ଶୃଙ୍ଖଳିତ ପୂଜା କମିଟି ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂଜା ସମୟରେ ଏଠାରେ ପକ୍ଷରୁ ନିଶା ସେବନ ଓ ଆଧୁନିକ ସଙ୍ଗୀତ ପରିବେଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମଣ୍ଡପରେ ଭଜନ, କୀର୍ତ୍ତନ ଓ ପ୍ରବଚନ ଭଳି ଶୃଙ୍ଖଳିତ ଭାବଧାରା ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିଛି।
ପ୍ରସ୍ତୁତି ବୈଠକଠାରୁ ଆରମ୍ଭ କରି ମୂର୍ତ୍ତି ଓ ମେଢ଼ ନିର୍ମାଣ, ଘଟ ଉତ୍ତୋଳନ, ପୂଜା, ଭୋଗବଣ୍ଟନ ଓ ବିସର୍ଜନ ସବୁଥିରେ ବରୁଣେଶ୍ୱର ପୂଜା କମିଟିର ୩୫୦ସଦସ୍ୟ ଶୃଙ୍ଖଳାକୁ ବଜାୟ ରଖିଥାନ୍ତି। ବିସର୍ଜନ ସମୟରେ ଧାର୍ମିକ ପରିବେଶରେ କେବଳ ଭଜନକୀର୍ତ୍ତନ ମାଧ୍ୟମରେ ମା’ଙ୍କୁ ମେଲାଣି ଦେଇଥାନ୍ତି। ନବମୀ ଦିନ ଏକ ହଜାରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯିବାର ସ୍ବତନ୍ତ୍ରତା ରହିଛି।
କାର୍ଯ୍ୟ ପରିଚାଳନା ପାଇଁ ନୂତନ କମିଟି ଗଠନ ହୋଇଛି। ବରିଷ୍ଠ ନାଗରିକ ସଂଘ ଓ ମଧୁବନ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନେ ମଧ୍ୟ ଏହି ପୂଜା କମିଟି ସହିତ ଯୋଡ଼ି ହୋଇଛନ୍ତି। କମିଟି ପକ୍ଷରୁ ମଣ୍ଡପ ନିକଟରେ ଏକ ୨୪ଘଣ୍ଟିିଆ ଏକ କାର୍ଯ୍ୟାଳୟ ଖୋଲାଯାଇଛି। ୨୦୧୦ରେ ତତ୍କାଳୀନ ସଭାପତି ଉଦୟନାଥ ଜେନାଙ୍କ ନେତୃତ୍ୱରେ ପୂଜା ଆରମ୍ଭ ହୋଇଥିଲା। ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯିବା ବୋଲି ଆକଳନ କରାଯାଇଛି। କମିଟିର ସଭାପତି କୁଞ୍ଜବନ ପୃଷ୍ଟି କୁହନ୍ତି, ଅଞ୍ଚଳବାସୀଙ୍କ ଆଗ୍ରହ ଓ ଭକ୍ତିକୁ ନେଇ ମା’ଦୁର୍ଗାଙ୍କ ପୂଜାକାର୍ଯ୍ୟ ହୋଇଆସୁଛି। ଏକ ଶୃଙ୍ଖଳିତ କମିଟିର ପ୍ରତିଛବିକୁ ଅକ୍ଷୁର୍ଣ୍ଣ ରଖିବାକୁ ଆମେ ଅଙ୍ଗିକାରବଦ୍ଧ ଭାବେ କାର୍ଯ୍ୟ କରୁଛୁ। ସେହିପରି ସାଧାରଣ ସମ୍ପାଦକ ବିକ୍ରମ କେଶରୀ ଜେନା କୁହନ୍ତି, କରୋନା କଟକଣା ହଟିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ା
ସଦସ୍ୟ ଓ ଶୁଭେଚ୍ଛୁଙ୍କ ସହଯୋଗରେ ପୂଜା କାର୍ଯ୍ୟପାଇଁ ଚଳିତ ବର୍ଷ ଅଧିକ ବ୍ୟୟବରାଦ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri