ପୁସ୍ତକ ଉନ୍ମୋଚନରେ ଭୁଲ୍‌ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ନିକଟରେ ସେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବଡ ଭୁଲ୍‌ କରିଛନ୍ତି। ତେବେ କଲିଙ୍ଗ ସହମତ ନାମକ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆଉ ମଞ୍ଚ ଉପରେ ସମସ୍ତେ ଠିକ୍‌ ଭାବେ ପୁସ୍ତକ ଧରିଥିବା ବେଳେ ଜାହ୍ନବୀ ପୁସ୍ତକଟିକୁ ଓଲଟା ଧରିଥିବା ଦେଖା ଯାଇଥିଲା। ଜାହ୍ନବୀଙ୍କ ଟ୍ରାଡିଶନାଲ ଲୁକ୍‌ ସହ ଏମିତି ଭୁଲ୍‌ ତାଙ୍କୁ ଟ୍ରୋଲ୍‌ କରିବାକୁ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଖୋରାକ୍‌ ଯୋଗାଇ ଥିଲା।

Share