ପୁଷ୍ପେନ୍ଦ୍ର କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଉପରେ ପୁନର୍ବାର ଆସ୍ଥାଭାଜନ କରି ଦ୍ୱିତୀୟଥର ପାଇଁ ଜିଲା ବିଜେଡି ସଭାପତି ଦାୟିତ୍ୱ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବିଜେଡି କର୍ମୀ ଓ ନେତାଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ପୁଷ୍ପେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।