Categories: ଜାତୀୟ

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ ବୋଲି ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି। ଔରଙ୍ଗାବାଦରେ ଏନ୍‌ସିପି କର୍ମୀ ସମ୍ମିଳନୀ ପରେ ଖବରଦାତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଥିଲା। କିନ୍ତୁ ପୁଲଓ୍ବାମା ଆକ୍ରମଣ ପରେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସମ୍ପୂର୍ଣ୍ଣ ସ୍ଥିତିକୁ ବଦଳାଇଦେଇଥିଲା। ଏଥିରୁ ମୋଦି ସରକାର ଲୋକପ୍ରିୟତା ହାସଲ କରିଥିଲେ। ଆଉ ଏକ ପୁଲଓ୍ବାମା ଆକ୍ରମଣ ଭଳି ସ୍ଥିତି ମହାରାଷ୍ଟ୍ରବାସୀଙ୍କ ମନରେ ପରିବର୍ତ୍ତନ ଆଣିପାରେ।

Share