Categories: ଜାତୀୟ

ପୁଲଓ୍ବାମା ଆକ୍ରମଣ: ଶହୀଦ୍‌ଙ୍କୁ ଝୁରୁଛି ମାତୃଭୂମି

ନୂଆଦିଲ୍ଲୀ,୧୩।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ସମ୍ଭୀଭୁତ କରିଥିଲା। ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ଶହୀଦ୍‌ ହୋଇଥିଲେ। ସମୟ ବିତି ଯାଇଛି। ତେବେ ଶହୀଦ୍‌ଙ୍କୁ ମାତୃଭୂମି ଝୁରୁଛି। ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା। ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦ୍‌ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା। ତେବେ ବି ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀଙ୍କ ମନ ଶାନ୍ତ ହୋଇ ନ ଥିଲା। ସେମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।

Share