Categories: ଜାତୀୟ

ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର: ହାଇ ଆଲର୍ଟ ଜାରି

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର ନେଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ସେନା ଯବାନ, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହିତ ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ସେବାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି।

Share