Categories: ଜାତୀୟ

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ: ସ୍ଥାନୀୟ ଦୋକାନୀ ମୃତ

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଅବନ୍ତିପୁରା ଅଞ୍ଚଳର ଜଣେ ସ୍ଥାନୀୟ ଦୋକାନୀଙ୍କୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସନ୍ଧ୍ୟାରେ କିଛି ଆତଙ୍କବାଦୀ ଦୋକାନୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାପରେ  ସେମାନେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ଉଦ୍ଧାର କରାଯାଇ ପୁଲଓ୍ବାମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ସେନା, ପୋଲିସ ଓ ସିଆରପିଏଫ୍‌ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share