Categories: ଗଞ୍ଜାମ

ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୨୮ା୧୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି ା ବ୍ଲକର ୪୭ ସରପଞ୍ଚ ଓ ସମିତିସଭ୍ୟ ଗୁରୁବାର ଛତ୍ରପୁର ଆସି ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସମ୍ବନ୍ଧୀୟ ଆବେଦନ କରିଛନ୍ତି। ଅଧ୍ୟକ୍ଷ କୌଣସି କଥାକୁ ଗୁରୁତ୍ୱ ଦେଉ ନ ଥିବା ଏବଂ ବ୍ଲକରେ ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ନେଇ ସରପଞ୍ଚ ଓ ସମିତିସଭ୍ୟମାନେ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ନେଇ ଆଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୨୫ ତାରିଖରେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫା ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ ା ଇସ୍ତଫାପତ୍ରକୁ ଜିଲାପାଳ ଗୃହୀତ କରି ନ ଥିଲେ ା ପରେ ନଭେମ୍ବର ୨୫ ତାରିଖରେ ବିଡିଓଙ୍କଠାରୁ ଇସ୍ତଫା ପତ୍ର ଫେରାଇ ଆଣି ଅଧ୍ୟକ୍ଷ ଆସନରେ ବସି ଫାଇଲପତ୍ର ଦସ୍ତଖତ ଆରମ୍ଭ କରିଥିଲେ ା ଏହାପରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି ା