ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ: ରାସ୍ତାଘାଟ ଶୂନ୍‌ଶାନ୍‌

ପୁରୁଷୋତ୍ତମପୁର,୨୨ା୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ରବିବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଜନସାଧାରଣ ସମ୍ପୂର୍ଣ୍ଣ ସମର୍ଥନ ଦେଇ ପ୍ରଶାସନକୁ ସହଯୋଗ କରିଛନ୍ତି। ଫଳରେ କର୍ଫ୍ୟୁର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି। ଏହାସହ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସହର ସମେତ ବିଭିନ୍ନ ଗ୍ରାମରେ ପଇଁତରା ଦେଇ ଯେଉଁ ବ୍ୟକ୍ତି ବିନା କାର୍ଯ୍ୟରେ ବାହାରକୁ ଆସିଥିଲେ ସେମାନଙ୍କୁ ବୁଝାଇ ଘରକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ତହସିଲଦାର ସାଇରନ ଦେଇ ସମସ୍ତ ସାହିବସ୍ତି ବୁଲି ଲୋକଙ୍କୁ ସଚେତନତା କରାଉଛନ୍ତି। ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିଛି।