ପୁରୁଷୋତ୍ତମପୁରରେ ଖୋଲିବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ: ସ୍ଥିତି ଅନୁଧ୍ୟାନ କଲେ ଉପ ଜିଲାପାଳ

ପୁରୁଷୋତ୍ତମପୁର, ୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବା ଲାଗି ମଙ୍ଗଳବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସହରର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ତାରାତାରିଣି କଲ୍ୟାଣ ମଣ୍ଡପକୁ ୧୦ ସର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କରିବା ଲାଗି ପଦକ୍ଷେପ ନିଆଯାଇଛି। ଏହାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଯଥାଶୀଘ୍ର ଶେଷକରି ହସ୍ପିଟାଲ କାର୍ଯ୍ୟକ୍ଷମ କରାଯିବ ବୋଲି ଉପଜିଲାପାଳ କହିଛନ୍ତି। ଏଥିଲାଗି ତହସିଲଦାର ଅରୁଣ କୁମାର ନାୟକ ଏବଂ ଏନ୍‌ଏସି ନିର୍ବାହୀ ଅଧିକାରୀ ଏ. ନାଗେଶ୍ବର ରାଓଙ୍କ ସହ ଆଲୋଚନା କରିଛନ୍ତି ।