ପୁରୁଣା ଶାଢିରୁ…

ବିତୁଥିବା ଦିନ ସହିତ ନୂଆ ନୂଆ ଶାଢୀ କିଣିବା ଭିତରେ ଅନେକ ଶାଢୀ ପୁରୁଣା ହୋଇ ଅଦରକାରୀ ହୋଇଯାଏ। ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ ଏହାର ବ୍ୟବହାର କରାଯାଇ ପାରିବ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ପୁରୁଣା ଶାଢ଼ିରେ ସାଲ୍‌ଓ୍ବାର ପଞ୍ଜାବୀ, ଫ୍ରକ୍‌, ଲଙ୍ଗ୍‌ ସ୍କର୍ଟ ଏବଂ ଅନ୍ୟାନ୍ୟ ନୂଆ ନୂଆ ଡିଜାଇନ୍‌ର ଡ୍ରେସ୍‌ ପ୍ରସ୍ତୁତ କରି ପିନ୍ଧି ପାରିବେ। ଶାଢିକୁ କାଟି ବିଶେଷ କରି ପାଟ ଶାଢିକୁ ଓଢଣି ଭାବେ କୁର୍ତ୍ତି ସହିତ ବ୍ୟବହାର କଲେ ଖୁବ୍‌ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ।
କୌଣସି ପୁରୁଣା ଶାଢୀର ବର୍ଡର ଆକର୍ଷଣୀୟ ହୋଇଥିଲେ ଏହାକୁ କାଢି ଅନ୍ୟ ଶାଢି କିମ୍ବା ପ୍ଲେନ୍‌ ରଙ୍ଗର କପଡାରେ ଲଗାଇ ନୂଆ ଶାଢି ଭାବେ ବ୍ୟବହାର କରିପାରିବେ।
ଅଳ୍ପ ଖର୍ଚ୍ଚରେ ମନମୁତାବକ ଲେହେଙ୍ଗା ପିନ୍ଧିବାକୁ ଚାହୁଁଥିଲେ ଆପଣ ନିଜ ପାଖରେ ଥିବା କୌଣସି ଡିଜାଇନର ବର୍ଡର ଓ୍ବାର୍କ ଥିବା ପୁରୁଣା ଶାଢୀକୁ ବ୍ୟବହାର କରିପାରିବେ। ଏହା ଅନ୍ୟମାନଙ୍କ ଠାରୁ ଡିଫରେଣ୍ଟ ଲୁକ୍‌ ଦେବ।
ଟେବୁଲ୍‌ କ୍ଲଥ୍‌ ଭାବେ ବ୍ୟବହାର କରିବା ଲାଗି ପୁରୁଣା ଶାଢୀ ଏକ ଭଲ ବିକଳ୍ପ। ଏହା ଦ୍ୱାରା ଗୋଟିଏ ଶାଢୀରୁ ଏକାଧିକ ଟେବୁଲ କ୍ଲଥ୍‌ ପ୍ରସ୍ତୁତ କରି ପାରିବେ। ଏହାକୁ ଧୋଇବା ମଧ୍ୟ ଖୁବ୍‌ ସହଜ। ସେହିପରି ଏଥିରୁ ଆପଣ ଓ୍ବାଶିଂ ମେସିନ୍‌, ଫ୍ରିଜ୍‌, ଆଲମିରା ଆଦିର କଭର ମଧ୍ୟ ପ୍ରସ୍ତୁତ କରିପାରିବେ।
ସୁନ୍ଦର ସୁନ୍ଦର କୁସନ୍‌ କଭର ପ୍ରସ୍ତୁତ କରିବା ଲାଗି ପୁରୁଣା ଶଢିକୁ ବ୍ୟବହାର କରି ପରିବେ। ବିଶେଷ କରି ପାଟ, ମଠା ଭଳି ପାରମ୍ପରିକ ଶାଢୀରେ କୁସନ୍‌ କଭର ପ୍ରସ୍ତୁତ କଲେ ଏହା ଘରକୁ ଏଥିନିକ୍‌ ଲୁକ୍‌ ଦେଇଥାଏ।