ପୁରୁଣା ଘର ଫଟୋ ଉଠାଇ ବିଲ୍‌

ପରଜଙ୍ଗ, ୧୯।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ଯୁଆଡ଼େ ଉଣ୍ଡିଲେ ବାରି ହୋଇପଡୁଛି ଦୁର୍ନୀତିର ଗନ୍ଧ। ସବୁ ଅନିୟମିତତାର ଚେର ଯାଇ ଅଟକୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଖରେ। ପାଟରପଦା, କଲଦା ପଞ୍ଚାୟତରେ ଆବାସ ଯୋଜନା ହଟଚମଟକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏଥିରେ ଏବେ ଯୋଡ଼ିହୋଇଛି ବସୁଲେଇ। ଏଠାରେ ଯେଉଁଭଳିଭାବେ ଦୁର୍ନୀତି କରାଯାଇଛି, ତାହା ନ ଦେଖିଲେ ବିଶ୍ୱାସ କରିହେବନାହିଁ। ଛାତ ପଡ଼ିନି କି ପ୍ଲାଷ୍ଟର ହୋଇନି। ହେଲେ ଫାଇନାଲ ବିଲ୍‌ ଦିଆ ସରିଲାଣି। ଖାଲି ଏତିକି ନୁହେଁ, କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯାଇଥିବା ଫଟୋରେ ହିତାଧିକାରୀଙ୍କୁ ଅନ୍ୟ ଏକ ପୁରୁଣା ଘର ଆଗରେ ଛିଡ଼ାକରାଇ ଦିଆଯାଇଛି, ଯେଉଁଥିରୁ ଲାଗୁଛି ଘର କାମ ଶେଷ ହୋଇଯାଇଛି। ଏପରି ଅନିୟମିତତା ପଛରେ ସରକାରୀ କଳର ଏକ ଗୋଷ୍ଠୀ କାମ କରୁଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏ ନେଇ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏପରି ଅନିୟମିତତାକୁ ଜିଆର୍‌ଏସ୍‌ ସ୍ବୀକାର କରିବା ପରେ ଏଥିରେ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ଖୋଳତାଡ଼ କରାଗଲେ ଏପରି ଅନେକ ଘଟଣା ପଦାକୁ ଆସିବ ବୋଲି ଅଞ୍ଚଳବାସୀ କହିଛନ୍ତି।
ବସୁଲେଇ ପଞ୍ଚାୟତ ଗୋପାଳସାହିର ଜଣେ ମହିଳାଙ୍କ ନାମରେ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତାଙ୍କର ଆଇଡି ନଂ. ହେଉଛି ଓଆର୍‌ ୩୨୮୬୨୮୬। ସମ୍ପୃକ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଘର କାମ ପାଇଁ ୪ ପର୍ଯ୍ୟାୟରେ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ପ୍ଲିନ୍ଥ ପତ୍ତନ ଯାଏ ୩୦ ହଜାର, ତୃତୀୟ ପର୍ଯ୍ୟାୟରେ ଛାତ ପତ୍ତନ ଯାଏ ୪୦ ହଜାର ଏବଂ ୨୦୧୯ ସେପ୍ଟେମ୍ବର ୨୮ରେ ଛାତ ପଡ଼ି ଘର ପ୍ଲାଷ୍ଟର ସରିଥିବା ଦର୍ଶାଇ ୩୦ ହଜାର ଟଙ୍କାର ଫାଇନାଲ ବିଲ୍‌ ପ୍ରଦାନ କରାଯାଇଛି।
ଏହାର ଫଟୋ ମଧ୍ୟ କମ୍ପ୍ୟୁଟରରେ ଅପ୍‌ଲୋଡ଼ କରାଯାଇଛି। ହେଲେ ପ୍ରକୃତରେ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିନାହାନ୍ତି। ଏଯାଏ ଛାତ ପଡ଼ିନି କି ପ୍ଲାଷ୍ଟର ମଧ୍ୟ ହୋଇନାହିଁ। ହିତାଧିକାରୀ ଜଣକ ମଧ୍ୟ ନିଜର ନୂତନ ଘର ଦେଖାଇପାରୁନାହାନ୍ତି। ଯଦି ସେପ୍ଟେମ୍ବରରେ ଘର ସମ୍ପୂର୍ଣ୍ଣ ହୋଇଥିବା ରେକର୍ଡ କହୁଛି, ତେବେ ହିତାଧିକାରୀ କାହିଁିକି ନିଜର ଘର ଦେଖାଇପାରୁନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣ୍ଡିଆ ଘରକୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ବିଲ୍‌ କିପରି କରାଗଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଏ ନେଇ ହିତାଧିକାରୀଙ୍କ ସ୍ବାମୀ କୁହନ୍ତି, ସେ ଘର କହିନାହାନ୍ତି। ଜିଆର୍‌ଏସ୍‌ ଏବଂ ପିଇଓଙ୍କୁ ହାତଗୁଞ୍ଜା ଦେବା ପରେ ସେମାନେ ସ୍ତ୍ରୀକୁ ଅନ୍ୟ ଜଣଙ୍କ ଘରେ ଛିଡ଼ା କରାଇ ଫଟୋ ଉଠାଇଥିଲେ। ପୁରୁଣା ଘର ଫଳକ ଦେଖାଇ ଫଟୋ ଉଠାଯାଇଥିଲା। ଏହାପରେ ଆକାଉଣ୍ଟକୁ ଟଙ୍କା ଛାଡ଼ିଥିଲେ। ଘର ବାବାଦ ୧ ଲକ୍ଷ ୨୦ ହଜାର ଟଙ୍କା ପାଇସାରିଛି। ଯଦି ଘର କାମ ନ କରି ଟଙ୍କା ମିଳୁଛି ତେବେ କାହିଁକି ମନା କରିବି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ତାଙ୍କ କାର୍ଯ୍ୟାଦେଶ ପାଇଥିବା ଘର ଛାତ ପତନ ଯାଏ ଉଠିଛି। ଏ ନେଇ କେହି ଜଣେ ବଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜଣେ ପ୍ରତିନିଧି ତୁରନ୍ତ ଛାତ ପକାଇ ଦେବାକୁ କହିଛନ୍ତି। ତେଣୁ ଶୀଘ୍ର ଛାତ ପକାଇ ଦେବା ବ୍ୟବସ୍ଥା କରୁଛି ବୋଲି ହିତାଧିକାରୀ ମହିଳାଙ୍କ ସ୍ବାମୀ କହିଛନ୍ତି।
ଏପରି ଅନିୟମିତତା ଅଭିଯୋଗକୁ ଜିଆର୍‌ଏସ୍‌ ଦୀପକ କୁମାର ପଣ୍ଡା ସ୍ବୀକାର କରିଛନ୍ତି। ପୁରୁଣା ଘର ଫଟୋ ଉଠାଇ ବିଲ୍‌ ଦିଆଯାଇଥିବା କଥାକୁ ମଧ୍ୟ ମାନିଛନ୍ତି। ହେଲେ ଆଗକୁ ଏପରି ହେବନାହିଁ ବୋଲି ସେ କହିଛନ୍ତି। ସେହିପରି ତତ୍କାଳୀନ ପିଇଓ ବାବୁଲାଲ ବାରିକ କୁହନ୍ତି, ବ୍ଲକ ସାରା ଏପରି ଦୁର୍ନୀତି ହେଉଛି। ତଳିଆଙ୍କୁ ଧରିଲେ କ’ଣ ହେବ। ହିତାଧିକାରୀଙ୍କୁ କିପରି ଫାଇନାଲ ବିଲ୍‌ ଛଡ଼ାଗଲା ସେ ସମ୍ପର୍କରେ ଅବଗତ ନାହାନ୍ତି। ଯଦି ଟଙ୍କା ଛଡ଼ାହୋଇଥିବ ତେବେ ତାଙ୍କର ନକଲି ଦସ୍ତଖତ କରି ଦାୟିତ୍ୱରେ ଥିବା ଅଧିକାରୀ ଛାଡ଼ିଥିବେ ବୋଲି ସେ ସଫେଇ ଦେଇଛନ୍ତି। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ଘଟଣାର ତଦନ୍ତ କରାଯିବ। ଅନିୟମିତତା ସ୍ପଷ୍ଟ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri