ପୁରୀ: ହୋଟେଲ ଶିଳ୍ପରେ ତାଲା

ପୁରୀ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ନୂଆ ନୂଆ କଟକଣା ବି ଲଗାଉଛି। ପ୍ରଶାସନିକ ନିର୍ଦ୍ଦେଶ ଫଳରେ ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଛି ପୁରୀ। ଫଳରେ ଏହାର ପ୍ରଭାବ ହୋଟେଲ ଶିଳ୍ପ ଉପରେ ପଡ଼ିଛି। ବିଭିନ୍ନ ହୋଟେଲରେ ତାଲା ଝୁଲୁଥିବାବେଳେ ଏଠାରେ କାର୍ଯ୍ୟରତ କର୍ମଚାରୀ ଛୁଟି ନେଇ ଘରକୁ ଚାଲିଯାଇଛନ୍ତି। ହୋଟେଲ, ଲଜିଂ, ହଲିଡେ ହୋମ୍‌, ଧର୍ମଶାଳା ଆଦିରେ ନୀରବତା ଖେଳିଯାଇଛି। ତେବେ ପୁରୀର ହୋଟେଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ନିର୍ଭର କରୁଥିବା ହଜାର ହଜାର ପରିବାର ଏବେ ପେଟପାଟଣା ଚିନ୍ତାରେ ଅଛନ୍ତି।

ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଅଂଶ ହେଉଛି ହୋଟେଲ। ହୋଟେଲ ଯୋଗୁ ହିଁ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିଥାଏ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟହ ଏଠାକୁ ଦେଶ ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରରେ ପ୍ରାୟ ୧,୦୦୦ ଛୋଟ, ବଡ଼ ହୋଟେଲ ରହିଛି। କିନ୍ତୁ କରୋନା ପାଇଁ ଏବେ ହୋଟେଲଗୁଡ଼ିକରେ ତାଲା ଝୁଲିଛି। ବାହାର ପର୍ଯ୍ୟଟକଙ୍କୁ ସହରରୁ ଖାଲି କରିବା ଲାଗି ପ୍ରଶାସନିକ କଟକଣା ପରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ବିପତ୍ତି ସମୟରେ ବ୍ୟକ୍ତିଗତ ସ୍ବାର୍ଥକୁ ପଛକୁ ଠେଲି ହୋଟେଲ ମାଲିକମାନେ ସହଯୋଗ କରିଛନ୍ତି। ଅଧିକାଂଶ ହୋଟେଲ ଫାଟକରେ ତାଲା ଝୁଲିବା ସହ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ କ୍ଲୋଜ ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି। ହୋଟେଲଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଏଠାରେ ପେଟପାଟଣା ପାଇଁ କାମ କରୁଥିବା ଛୋଟ, ବଡ଼ କର୍ମଚାରୀ ଏବେ ଛୁଟିରେ ପଳାଇଛନ୍ତି। ହୋଟେଲ ଶିଳ୍ପ ଦ୍ୱାରା ଏମାନେ ରୋଜଗାରକ୍ଷମ ହେବା ସହ ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ ସେମାନଙ୍କ ପରିବାର ବି ସମସ୍ୟାରେ ପଡ଼ିିଛନ୍ତି। ସେହିପରି ପରୋକ୍ଷରେ ହୋଟେଲ ଶିଳ୍ପ ଉପରେ ଅଟୋ, ରିକ୍ସା, ବସ୍‌ ଏବଂ ଟ୍ୟାକ୍ସି ଚାଳକ ନିର୍ଭରଶୀଳ। ଏମାନେ ଯାତ୍ରୀ, ପର୍ଯ୍ୟଟକଙ୍କୁ ଆଣି ହୋଟେଲରେ ପହଞ୍ଚାଇ ଯାହା କିଛି ଅର୍ଥ ରୋଜଗାର କରନ୍ତି ସେଥିରେ ସେମାନଙ୍କ ପରିବାର ଚଳେ। କିନ୍ତୁ ପୁରୀ ପର୍ଯ୍ୟଟକ ଶୂନ୍ୟ ହେବା ପରେ ଏମାନେ ରୋଜଗାର ହରାଇଛନ୍ତି।
ହୋଟେଲ କର୍ମଚାରୀ ବାଦଲ ମହାନ୍ତି କହିଛନ୍ତି, ଆମ ପରିବାରର ୪ ସଦସ୍ୟ। ସମସ୍ତେ ମୋ’ ରୋଜଗାର ଉପରେ ନିର୍ଭର କରନ୍ତି। ଏକ ହୋଟେଲରେ ଶେଫ୍‌ ଭାବେ କାମ କରେ। କିନ୍ତୁ ବର୍ତ୍ତମାନ କଟକଣା ଯୋଗୁ ହୋଟେଲ ବନ୍ଦ ହୋଇଯାଇଛି। ତେଣୁ ଗଁାକୁ ଚାଲିଯାଉଛି। ପୁଣି କେବେ ସ୍ଥିତି ସ୍ବାଭାବିକ ହେବ ତାହା ଜଣାନାହିଁ, ଯାହା ଭାଗ୍ୟରେ ଥିବ ତାହା ହେବ। ସେହିପରି ହାରୋର ଉପାଧ୍ୟକ୍ଷ ରାଜକିଶୋର ପାତ୍ର କହିଛନ୍ତି, କରୋନା କଟକଣା ଯୋଗୁ ପୁରୀର ପ୍ରାୟ ସବୁ ହୋଟେଲ ପର୍ଯ୍ୟଟକଶୂନ୍ୟ ହୋଇପଡ଼ିିଛି। ହୋଟେଲରେ ତାଲା ପଡ଼ିିଥିବାବେଳେ ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ଘରକୁ ପଳାଇଛନ୍ତି। ହୋଟେଲ ମାଲିକମାନେ ଦୈନିକ ପ୍ରାୟ ୫୦ରୁ ୬୦ ହଜାର ଟଙ୍କା କ୍ଷତି ସହୁଛନ୍ତି। ଏଭଳି ସ୍ଥିତି ଯଦି ଅଧିକ ଦିନ ଲାଗି ରୁହେ ନିଶ୍ଚିତ ହୋଟେଲ ଶିଳ୍ପ ଉପରେ ଏହା ବଡ଼ ପ୍ରଭାବ ପକାଇବ। ଅନେକ ହୋଟେଲ ବୁଡ଼ିବା ସହ କର୍ମଚାରୀମାନେ ମଧ୍ୟ ରୋଜଗାର ହରାଇବେ। ଏଭଳି ସ୍ଥିତିକୁ ସମସ୍ତେ ମିଳିମିଶି ମୁକାବିଲା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri