ପୁରୀ ଅଫିସ,୨୭ା୨: ପୁରୀ ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ ଡାକ ସେବା ଖୋର୍ଦ୍ଧା ରୋଡ ସ୍ଥାନାନ୍ତରକୁ ଶ୍ରୀଜଗନ୍ନାଥ ସେନା ତୀବ୍ର ବିରୋଧ କରିଛି। ଏହାର ପ୍ରତିବାଦରେ ବୁଧବାର ସେନା ପକ୍ଷରୁ ଡାକ ସେବା କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ କରାଯାଇଛି। ଏହି ନିଷ୍ପତ୍ତି ଯଥାଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ଡାକ ବିଭାଗରେ କେତେଜଣ ଉଚ୍ଚପଦସ୍ଥ ଅଧିକାରୀ ଷଡ଼ଯନ୍ତ୍ର ପୂର୍ବକ ଏଠାରେ କାର୍ଯ୍ୟକ୍ଷମ ଥିବା ଡାକ ସେବାକୁ ବନ୍ଦ ଲାଗି ଚକ୍ରାନ୍ତ କରୁଛନ୍ତି ବୋଲି ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ଏହି ସେବା ଉପରେ କେବଳ ପୁରୀବାସୀ ନୁହେଁ, ଆଖପାଖ ଅଞ୍ଚଳ ତଥା ବାହାର ପର୍ଯ୍ୟଟକ ମଧ୍ୟ ନିର୍ଭର କରନ୍ତି। ଜରୁରୀ ଡକ୍ୟୁମେଣ୍ଟ ଅନ୍ୟ ସ୍ଥାନକୁ ପଠାଇବା ଲାଗି ଆରଏମଏସ ଉପରେ ନିର୍ଭର କରନ୍ତି। ଏହି ସେବା ଉଠିଗଲେ, ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ପୂର୍ବରୁ ମଧ୍ୟ ଏହାକୁ ସ୍ଥାନାନ୍ତର ନେଇ ଚକ୍ରାନ୍ତ ହୋଇଥିଲା। ସେତେବେଳେ ଆମେ ଏହାକୁ ବିରୋଧ କରିଥିଲୁ। ଏବେ ପୁଣି ଏହାକୁ ଉଠାଇ ନେବା ଲାଗି ଚକ୍ରାନ୍ତ ଚାଲିଛି। ଶ୍ରୀଜଗନ୍ନାଥ ସେନା ଏହାର ବିରୋଧ କରୁଛି। ଆବଶ୍ୟକ ପଡିଲେ, ଆଗକୁ ଜନ ଆନ୍ଦୋଳନ କରାଯିବ। ଏ ନେଇ ସେନା ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଜନସ୍ବାର୍ଥ ମାମଲା ଦାୟର କରାଯିବ ବୋଲି ପଟ୍ଟନାୟକ କହିଛନ୍ତି। ଏହି ବିକ୍ଷୋଭରେ ପଟ୍ଟନାୟକଙ୍କ ସମେତ ସେନାର ଶତାଧିକ କର୍ମୀ ଯୋଗଦେଇଥିଲେ।
Posted inଆମ ଜିଲା ଖବର, ପୁରୀ View All
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…
ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...
ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...
ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…
ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I ମୃତ ବୃଦ୍ଧା...
ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା
ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...
Archives


