ପୁରୀର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ: ନିଜକୁ ଭାରତୀୟ ଭାବେ ଗର୍ବ କରିବା ଉଚିତ

ପୁରୀ ଅଫିସ,୨୬।୧: ରାଜ୍ୟବ୍ୟାପୀ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ରବିବାର ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି।

ପୁରୀ ଜିଲା କଂଗ୍ରେସ ପକ୍ଷରୁ ସିଂହଦ୍ବାର ନିକଟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲା ସଭାପତି ଅମୀୟ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଂଗ୍ରେସ ମୁଖପତ୍ର ବିଧାୟକ ଦାସ ମହାପାତ୍ର, ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ଉମାପଦ ମିଶ୍ର,ସରସ୍ବତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ, ବିଶ୍ବନାଥ ଦାଶ, ଅମରେନ୍ଦ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ବାର ଆସୋସିଏଶନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାର ସଭାପତି ପ୍ରଶାନ୍ତ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ବିଭୂତିଶଙ୍କର ତ୍ରିପାଠୀ ପୂର୍ବତନ ସଭାପତି ପୁଷ୍କର ମହାପାତ୍ର, ସାରଦା ସାମଲ, ପ୍ରିୟଦର୍ଶନ ପଟ୍ଟନାୟକ, ପ୍ରେମାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଉତ୍ସବରେ ସଂଘ ସଭାପତି ତୀର୍ଥକ୍ଷେତ୍ର ସମ୍ପାଦକ ପୁରୁଷୋତ୍ତମ ପଲାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ଖବରଦାତାମାନଙ୍କୁ ସମ୍ବୋଧିତ କରି ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପ୍ରସନ୍ନ କୁମାର ଲେଙ୍କା, ସତ୍ୟ ନାରାୟଣ ଦାଶ, ରଣଜିତ ମିଶ୍ର,ଅମରେନ୍ଦ୍ର ମିଶ୍ର, ପ୍ରଭାତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ଶ୍ରୀ ପତିତପାବନ ଖବରକାଗଜ ବିତରକ ସଂଘ ପକ୍ଷରୁ ଆୟୋଜିତ ଉତ୍ସବରେ ବରିଷ୍ଠ ବିତରକ କୁଞ୍ଜେଲପଡା ପ୍ରଧାନ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନତା ମଧ୍ୟରେ ଏକତା ଭାରତର ପରିଚୟ ବୋଲି ସେ କହିଛନ୍ତି । ବରିଷ୍ଠ ଖବରକାଗଜ ଏଜେଣ୍ଟ ଜାନକୀ ନନ୍ଦନ ମହାନ୍ତି, ସଂଘ ସଭାପତି ମନୋଜ ସାହୁ, ସମ୍ପାଦକ ଶାନ୍ତନୁ ସାହୁ,ବୈକୁଣ୍ଠ ପରିଡା, ସନ୍ତୋଷ ସାହୁ, ଗୋପୀନାଥ ସାହୁ, ହରିହର ମହାନ୍ତି, କାହ୍ନୁ ଚରଣ ସାହୁ, ରାଜ କିଶୋର ମୁଦୁଲି, ଜିତେନ୍ଦ୍ର ଦାଶ, ଦେବେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।