ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି ୫ମ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ୍‌ରୁ ୨ଟି ଟ୍ରକ ଯୋଗେ ୪୨ଖଣ୍ଡ ଅସନ ଓ ଧଉରା କାଠ ଆସିଛି। ଏଥିରେ ୧୨ ଫୁଟିଆ ଧଉରା ୧୧ ଖଣ୍ଡ, ୨୦ ଫୁଟିଆ ଅସନ ୫ ଖଣ୍ଡ ଓ ୨୦ ଫୁଟିଆ ଧଉରା ୨୬ ଖଣ୍ଡ ରହିଥିବା ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୁର୍ତୀୟାରେ ରଥ ନିର୍ମାଣ ଅନୁକୂଳ ହେବ।