ପୁରୀରେ ଡଗ୍‌ ଶୋ:କୌଶଳ ଦେଖାଇଲେ୧୮ ପ୍ରଜାତିର ୧୪୭ କୁକୁର

ପୁରୀ ଅଫିସ, ୧୩ା୧: କୁକୁର ହେଲେ ବି ମାଲିକଙ୍କ ପ୍ରତି ଥିଲା ସେମାନଙ୍କର ଢେର୍‌ ଭଲପାଇବା ଆଉ ବିଶ୍ୱସନୀୟତା। ମାଲିକଙ୍କ ପ୍ରତିଟି ନିର୍ଦ୍ଦେଶ ମାନି ବିଚାରକଙ୍କୁ ଦେଖାଉଥିଲେ ନିଜ କଳା କୌଶଳ। କିଏ କେତେ ପାରଦର୍ଶିତା ତାହାକୁ ପରଖୁଥିଲେ ବିଚାରକ। ରବିବାର ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମ୍‌ ପଡ଼ିଆରେ ନେଚର ଲଭର୍ସ କ୍ଲବ ପକ୍ଷରୁ ଆୟୋଜିତ ଡଗ୍‌ ଶୋ’ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରଜାତିର କୁକୁର ଭିନ୍ନ ଭିନ୍ନ ପୋଷାକରେ ସଜେଇ ହୋଇଥିଲେ। କିଏ ମାଲିକଙ୍କ ଇସାରାରେ ପଡ଼ିଆରେ ଦୌଡ଼ି ଦର୍ଶକଙ୍କ ମନ ଜିଣୁଥିଲେ ତ ଆଉ କିଏ ବିଭିନ୍ନ ଅଙ୍ଗଭଙ୍ଗୀ ଦେଖାଇ ଆକର୍ଷଣ ସାଜୁଥିଲେ। ଏହି ଡଗ୍‌ ଶୋରେ ଭାଗ ନେଇଥିଲେ ୧୮ ପ୍ରଜାତିର ୧୪୭ କୁକୁର। ସବୁ ପ୍ରଜାତିରୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୁକୁରଙ୍କୁ ପୁରସ୍କୃତ କରାଯାଇଥିଲା। ଯେଉଁ ପ୍ରଜାତିର ଗୋଟିଏ କିମ୍ବା ଦୁଇଟି କୁକୁର ଆସିଥିଲେ ସେମାନଙ୍କ ପୁରସ୍କାର ନିଶ୍ଚିତ ଥିବାବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା। କିଛି ବର୍ଷ ବ୍ୟବଧାନ ପରେ ପୁରୀରେ ଆୟୋଜିତ ହୋଇଥିଲା ଏହି ଡଗ୍‌ ଶୋ। ଏଥିପାଇଁ କୁକୁରପ୍ରେମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏଥିରେ ଲାବ୍ରାଡର, ଜର୍ମାନ ଶେଫର୍ଡ, ପଗ୍‌, ପୋମେରାନିଆନ, ସ୍ପିଜ୍‌, ଗ୍ରେଡେନ୍‌, ଇଣ୍ଡିଆନ ପରିହା, ଲାସା ଆପ୍‌ସୋ, ସେଣ୍ଟ ବର୍ଣ୍ଣାଡ, ଆମେରିକାନ ବୁଲି, ବିଗଲ୍‌, ଡାସ୍‌ହାଉଣ୍ଡ, ଡାଲମିସିଆନ, ଗୋଲଡେନ୍‌ ରିଟ୍ରିଭର, ରଟ୍‌ୱିଲର, ଡୋବରମ୍ୟାନ ଆଦି ପ୍ରଜାତିର କୁକୁର ଅଂଶଗ୍ରହଣ କରିଥିଲେ। ସର୍ବାଧିକ ଲାବ୍ରାଡର ପ୍ରଜାତିର ୩୪ଟି କୁକୁର ଏଥିରେ ଭାଗ ନେଇଥିବାବେଳେ ଡାଲମିସିଆନ, ବିଗଲ ଓ ସେଣ୍ଟ ବର୍ଣ୍ଣାଡ ପ୍ରଜାତିର ଗୋଟିଏ ଲେଖାଏ କୁକୁର ଆସିଥିଲେ।
ଏହି ଶୋ’କୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରି କହିଥିଲେ, କୁକୁରମାନେ ହେଉଛନ୍ତି ସବୁଠୁ ବିଶ୍ୱାସଯୋଗ୍ୟ, ଯେଉଁଥିପାଇଁ ମାଲିକମାନେ ତାଙ୍କୁ ଘର ଜଗାଇ ବାହାରକୁ ମଧ୍ୟ ଯାଇଥାନ୍ତି। ଆଗକୁ ଏଭଳି ଶୋ’ ଅଧିକ ହେବା ଦରକାର। ଫଳରେ କୁକୁରଙ୍କ ପ୍ରତି ଭଲ ପାଇବା ଆହୁରି ବୃଦ୍ଧି ପାଇବ। ଉଦ୍‌ଯାପନୀ ସଭାରେ ଟ୍ରାଫିକ ଡିଏସ୍‌ପି ମନୋବ୍ରତା ଶତପଥୀ ଅତିଥିଭାବେ ଯୋଗଦେଇ ବିଜେତା କୁକୁରଙ୍କ ମାଲିକମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ବିଚାରକ ଭାବେ ଡ. ଡେଭିଡ, ଡ. ପ୍ରସନ୍ନ କୁମାର ପୃଷ୍ଟି ଯୋଗଦେଇ ମୂଲ୍ୟାୟନ କରିଥିଲେ। କ୍ଲବ ସଭାପତି ଚକ୍ରଧର ସାହୁ, ସମ୍ପାଦକ ରବୀନ୍ଦ୍ର କୁମାର ସେନାପତି, ଉପସଭାପତି ଡ. ଅନନ୍ତ କୁମାର ସାହୁ ଓ ଯମୁନା ଦାଶ, କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ, ସଦସ୍ୟ ବିରଜା ପ୍ରସାଦ ସାମଲ, ଲୋକନାଥ ପ୍ରସାଦ ଦାଶ, ଚକ୍ରଧର ମହାପାତ୍ର ଓ ପତିତପାବନ ସାମନ୍ତରାୟ ଏହାକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri