ପୁରୀରୁ ୭ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୫

ପୁରୀ ଅଫିସ, ୧୦।୬: ପୁରୀ ଜିଲାରୁ ପୁଣି ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୧୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୭ ଜଣ ସୁସ୍ଥ ହୋଇଥିଲା ବେଳେ ୨୮ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ବୁଧବାର ଚିହ୍ନଟ ୭ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ଗତ କିଛିଦିନ ଧରି ଜିଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।