ପୁରୀକୁ ଆବଶ୍ୟକ ବିମାନବନ୍ଦର

ପୁରୀ ଅଫିସ,୨୬ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ସୁଦୃଢ଼ ହେବ ପର୍ଯ୍ୟଟନ ଭିତ୍ତିଭୂମି। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଲାଗି ବିଶ୍ୱସ୍ତରୀୟ ସୁବିଧା ସୁଯୋଗ କରାଯିବ। ଶ୍ରୀକ୍ଷେତ୍ରକୁ ନେଇ ଏମିତି ନାନା ପରିକଳ୍ପନା କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ। ଏଥିରେ ନୂଆରାସ୍ତା, ସେତୁ, ପାର୍କିଂ, ସୁରକ୍ଷା, ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଆଦି ଅନେକ କାମ କରାଯିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। କିନ୍ତୁ ଏସବୁ ଭିତରେ ପୁରୀ ସହରରେ ଏକ ବିମାନବନ୍ଦରର ଯଥେଷ୍ଟ ଆବଶ୍ୟକତା ରହିଛି। ଏଥିପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସହରର ବହୁ ବୁଦ୍ଧିଜୀବୀ।
ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ପ୍ରସିଦ୍ଧ ଶ୍ରୀମନ୍ଦିର, ଆକର୍ଷଣୀୟ ବେଳାଭୂମି ସାଙ୍ଗକୁ ପାଖାପାଖି ଐତିହ୍ୟ ଗ୍ରାମ ରଘୁରାଜପୁର, କୋଣାର୍କ ମନ୍ଦିର, ଚିଲିକା ଭଳି ଦର୍ଶନୀୟସ୍ଥଳୀ ରହିଛି। ଏଥିପାଇଁ ଦିନକୁ ଦିନ ପୁରୀକୁ ପର୍ଯ୍ୟଟକ ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀମନ୍ଦିରକୁ ଦେଖିଲେ ସାଧାରଣ ଦିନଗୁଡ଼ିକରେ ପ୍ରାୟ ୬୦ରୁ ୭୦ ହଜାର ଶ୍ରଦ୍ଧାଳୁ ଆସୁଥିବାବେଳେ ଛୁଟିଦିନ ଏବଂ ପର୍ବପର୍ବାଣିରେ ଏହି ସଂଖ୍ୟା ୧ ଲକ୍ଷ ଟପିଯାଉଛି। ଫଳରେ ସହରକୁ ଗାଡ଼ିମୋଟର ଏତେ ମାତ୍ରାରେ ଆସୁଛି ଯେ, ଅନେକ ସମୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡୁଛି। ସହରବାସୀ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଗାଡ଼ିି ପାର୍କିଂ ପାଇଁ ସ୍ଥାନର ଅଭାବ ଦେଖାଦେଉଛି। ପ୍ରାୟତଃ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଭୁବନେଶ୍ୱର ବିମାନବନ୍ଦର ହେଉ କି ରେଳଷ୍ଟେଶନରେ ଓହ୍ଲାଇବା ପରେ ବସ୍‌ କିମ୍ବା ସେୟାର ଗାଡିରେ ଆସିବାକୁ ଏତେଟା ପସନ୍ଦ କରୁନାହାନ୍ତି। କାର ଭଡା କରି ପୁରୀ ଆସି ମନ୍ଦିର ଏବଂ ବେଳାଭୂମି ବୁଲିସାରିବା ପରେ ନିକଟସ୍ଥ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି। ତେଣୁ ସହରକୁ ଚାରିଚକିଆ ଯାନ ସଂଖ୍ୟା ବଢୁଛି। ଯଦି ପୁରୀରେ ବିମାନ ବନ୍ଦର ସୁବିଧା କରାଯାଆନ୍ତା, ତେବେ ଏହି ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରନ୍ତା। ଜାତୀୟ ରାଜପଥରୁ ଆରମ୍ଭ କରି ସହର ଭିତରେ ଟ୍ରାଫିକ ଜାମ୍‌ ମଧ୍ୟ ହ୍ରାସ ପାଆନ୍ତା। ପର୍ଯ୍ୟଟକମାନେ ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେବା ସହ ଅଧିକ ସମୟ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ସରୋଜ କୁମାର ବେହେରା କହିଛନ୍ତି।
ଭାରତର ପ୍ରସିଦ୍ଧ ମନ୍ଦିର ଏବଂ ତୀର୍ଥସ୍ଥଳ ଥିବା ସହରକୁ ଦେଖିଲେ ଅଧିକାଂଶ ସ୍ଥାନରେ ବିମାନବନ୍ଦର ସୁବିଧା ରହିଛି। ଯେପରି କି ମହାରାଷ୍ଟ୍ରର ଶିରିଡ଼ି, ବିହାରର ବୁଦ୍ଧଗୟା, ପଞ୍ଜାବର ସ୍ବର୍ଣ୍ଣମନ୍ଦିରକୁ ଯିବାକୁ ହେଲେ ସମ୍ପୃକ୍ତ ସହରରେ ବିମାନବନ୍ଦର ରହିଛି। କିନ୍ତୁ ଶ୍ରୀମନ୍ଦିର କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବର୍ତ୍ତମାନ ଭୁବନେଶ୍ୱରରୁ କୌଣସି ପର୍ଯ୍ୟଟକ ପୁରୀକୁ ଆସିବା ସମୟରେ ବେଳେ ବେଳେ ରାସ୍ତାରେ ଅଧିକ ସମୟ ପଳାଇ ଯାଉଛି। ଏମିତି ବି ଦିନେ ଦିନେ ମା’ ବାଟମଙ୍ଗଳା ମନ୍ଦିର ପାଖରୁ ଟ୍ରାଫିକ ଜାମ୍‌ ହେଉଛି। ଜାମ୍‌ରେ ୨/୩ ଘଣ୍ଟା ଫସିବା ପରେ ସମୟ ଅଭାବରୁ ଅନେକେ ଫେରିଯିବାର ବି ଦୃଷ୍ଟାନ୍ତ ରହିଛି। ଯଦି ପୁରୀରେ ବିମାନବନ୍ଦର କରାଯାଏ, ତେବେ ପର୍ଯ୍ୟଟକ କିମ୍ବା ଯାତ୍ରୀଙ୍କୁ ରାସ୍ତାରେ ସମୟ ଅପଚୟର ଭୟ ରହିବ ନାହିଁ। ବିଦେଶ ପର୍ଯ୍ୟଟକ ଆସିଲେ ଆର୍ଥିକ ଦୃଷ୍ଟିରୁ ପୁରୀ ଅଧିକ ସ୍ବଚ୍ଛଳ ହେବ। ସହରରେ ଥିବା ହୋଟେଲଗୁଡ଼ିକ ଉପକୃତ ହେବା ସହ ପଯର୍ର୍‌ୟଟନ ଶିଳ୍ପର ମଧ୍ୟ ବିକାଶ ଘଟିବ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି।
ସବୁଠୁ ବଡ଼କଥା ହେଉଛି, ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ପୁରୀକୁ ନୋ ଫ୍ଲାଇଂ ଜୋନ ଘୋଷଣା କରିବା ପାଇଁ ପ୍ରଶାସନ ପକ୍ଷରୁ ଏକାଧିକଥର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ଯେଉଁ ଭୌଗୋଳିକ ସ୍ଥିତିରେ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ରହିଛି, ତାହା ଏକ ଆନ୍ତର୍ଜାତିକ ରୁଟ୍‌। ତେଣୁ ନୋ ଫ୍ଲାଇଂ ଜୋନ ଘୋଷଣା କରିବା ସମ୍ଭବ ନୁହେଁ। ହେଲେ ଯଦି ନୋ ଫ୍ଲାଇଂ ଜୋନ ଘୋଷଣା କରିହେବ ନାହିଁ, ତେବେ ପୁରୀରେ ବିମାନବନ୍ଦର କରାଯିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷାକୁ ଦେଖି ବଡ଼ଦାଣ୍ଡଠାରୁ କେତେ ଦୂରତାରେ ବିମାନବନ୍ଦର କରାଯିବା ଉଚିତ ତାହାକୁ ବିଚାର କରି ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏମିତି ବି ପୂର୍ବରୁ ପୁରୀ-କୋଣାର୍କ ରୋଡ୍‌ର ନୂଆନଈ ପୂର୍ବରୁ ଏକ ଏୟାର ଷ୍ଟ୍ରିପ୍‌ ରହିଥିଲା। ଏହି ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଯଦି ସରକାର ଏଥିପ୍ରତି ଆଗ୍ରହ ରଖନ୍ତେ, ତେବେ ପୁରୀରେ ବିମାନବନ୍ଦର ହେବାରେ କୌଣସି ଅସୁବିଧା ହୁଅନ୍ତା ନାହିଁ ବୋଲି କହିଛନ୍ତି ଜିଲା ଭାଜପା ଯୁବମୋର୍ଚ୍ଚା ଉପସଭାପତି ଶାଶ୍ୱତ ମହାପାତ୍ର।
ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପୁରୀରେ ବିମାନବନ୍ଦର ହେଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ସହ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପୁରୀବାସୀ ଉପକୃତ ହେବେ। ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ। ଏଣୁ ଏ ଦିଗରେ ପ୍ରଶାସନ ଚେଷ୍ଟା କରିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?