ପୁରୀକୁ ଆବଶ୍ୟକ ବିମାନବନ୍ଦର

ପୁରୀ ଅଫିସ,୨୬ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ସୁଦୃଢ଼ ହେବ ପର୍ଯ୍ୟଟନ ଭିତ୍ତିଭୂମି। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଲାଗି ବିଶ୍ୱସ୍ତରୀୟ ସୁବିଧା ସୁଯୋଗ କରାଯିବ। ଶ୍ରୀକ୍ଷେତ୍ରକୁ ନେଇ ଏମିତି ନାନା ପରିକଳ୍ପନା କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ। ଏଥିରେ ନୂଆରାସ୍ତା, ସେତୁ, ପାର୍କିଂ, ସୁରକ୍ଷା, ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଆଦି ଅନେକ କାମ କରାଯିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। କିନ୍ତୁ ଏସବୁ ଭିତରେ ପୁରୀ ସହରରେ ଏକ ବିମାନବନ୍ଦରର ଯଥେଷ୍ଟ ଆବଶ୍ୟକତା ରହିଛି। ଏଥିପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସହରର ବହୁ ବୁଦ୍ଧିଜୀବୀ।
ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ପ୍ରସିଦ୍ଧ ଶ୍ରୀମନ୍ଦିର, ଆକର୍ଷଣୀୟ ବେଳାଭୂମି ସାଙ୍ଗକୁ ପାଖାପାଖି ଐତିହ୍ୟ ଗ୍ରାମ ରଘୁରାଜପୁର, କୋଣାର୍କ ମନ୍ଦିର, ଚିଲିକା ଭଳି ଦର୍ଶନୀୟସ୍ଥଳୀ ରହିଛି। ଏଥିପାଇଁ ଦିନକୁ ଦିନ ପୁରୀକୁ ପର୍ଯ୍ୟଟକ ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀମନ୍ଦିରକୁ ଦେଖିଲେ ସାଧାରଣ ଦିନଗୁଡ଼ିକରେ ପ୍ରାୟ ୬୦ରୁ ୭୦ ହଜାର ଶ୍ରଦ୍ଧାଳୁ ଆସୁଥିବାବେଳେ ଛୁଟିଦିନ ଏବଂ ପର୍ବପର୍ବାଣିରେ ଏହି ସଂଖ୍ୟା ୧ ଲକ୍ଷ ଟପିଯାଉଛି। ଫଳରେ ସହରକୁ ଗାଡ଼ିମୋଟର ଏତେ ମାତ୍ରାରେ ଆସୁଛି ଯେ, ଅନେକ ସମୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡୁଛି। ସହରବାସୀ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଗାଡ଼ିି ପାର୍କିଂ ପାଇଁ ସ୍ଥାନର ଅଭାବ ଦେଖାଦେଉଛି। ପ୍ରାୟତଃ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଭୁବନେଶ୍ୱର ବିମାନବନ୍ଦର ହେଉ କି ରେଳଷ୍ଟେଶନରେ ଓହ୍ଲାଇବା ପରେ ବସ୍‌ କିମ୍ବା ସେୟାର ଗାଡିରେ ଆସିବାକୁ ଏତେଟା ପସନ୍ଦ କରୁନାହାନ୍ତି। କାର ଭଡା କରି ପୁରୀ ଆସି ମନ୍ଦିର ଏବଂ ବେଳାଭୂମି ବୁଲିସାରିବା ପରେ ନିକଟସ୍ଥ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି। ତେଣୁ ସହରକୁ ଚାରିଚକିଆ ଯାନ ସଂଖ୍ୟା ବଢୁଛି। ଯଦି ପୁରୀରେ ବିମାନ ବନ୍ଦର ସୁବିଧା କରାଯାଆନ୍ତା, ତେବେ ଏହି ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରନ୍ତା। ଜାତୀୟ ରାଜପଥରୁ ଆରମ୍ଭ କରି ସହର ଭିତରେ ଟ୍ରାଫିକ ଜାମ୍‌ ମଧ୍ୟ ହ୍ରାସ ପାଆନ୍ତା। ପର୍ଯ୍ୟଟକମାନେ ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେବା ସହ ଅଧିକ ସମୟ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ସରୋଜ କୁମାର ବେହେରା କହିଛନ୍ତି।
ଭାରତର ପ୍ରସିଦ୍ଧ ମନ୍ଦିର ଏବଂ ତୀର୍ଥସ୍ଥଳ ଥିବା ସହରକୁ ଦେଖିଲେ ଅଧିକାଂଶ ସ୍ଥାନରେ ବିମାନବନ୍ଦର ସୁବିଧା ରହିଛି। ଯେପରି କି ମହାରାଷ୍ଟ୍ରର ଶିରିଡ଼ି, ବିହାରର ବୁଦ୍ଧଗୟା, ପଞ୍ଜାବର ସ୍ବର୍ଣ୍ଣମନ୍ଦିରକୁ ଯିବାକୁ ହେଲେ ସମ୍ପୃକ୍ତ ସହରରେ ବିମାନବନ୍ଦର ରହିଛି। କିନ୍ତୁ ଶ୍ରୀମନ୍ଦିର କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବର୍ତ୍ତମାନ ଭୁବନେଶ୍ୱରରୁ କୌଣସି ପର୍ଯ୍ୟଟକ ପୁରୀକୁ ଆସିବା ସମୟରେ ବେଳେ ବେଳେ ରାସ୍ତାରେ ଅଧିକ ସମୟ ପଳାଇ ଯାଉଛି। ଏମିତି ବି ଦିନେ ଦିନେ ମା’ ବାଟମଙ୍ଗଳା ମନ୍ଦିର ପାଖରୁ ଟ୍ରାଫିକ ଜାମ୍‌ ହେଉଛି। ଜାମ୍‌ରେ ୨/୩ ଘଣ୍ଟା ଫସିବା ପରେ ସମୟ ଅଭାବରୁ ଅନେକେ ଫେରିଯିବାର ବି ଦୃଷ୍ଟାନ୍ତ ରହିଛି। ଯଦି ପୁରୀରେ ବିମାନବନ୍ଦର କରାଯାଏ, ତେବେ ପର୍ଯ୍ୟଟକ କିମ୍ବା ଯାତ୍ରୀଙ୍କୁ ରାସ୍ତାରେ ସମୟ ଅପଚୟର ଭୟ ରହିବ ନାହିଁ। ବିଦେଶ ପର୍ଯ୍ୟଟକ ଆସିଲେ ଆର୍ଥିକ ଦୃଷ୍ଟିରୁ ପୁରୀ ଅଧିକ ସ୍ବଚ୍ଛଳ ହେବ। ସହରରେ ଥିବା ହୋଟେଲଗୁଡ଼ିକ ଉପକୃତ ହେବା ସହ ପଯର୍ର୍‌ୟଟନ ଶିଳ୍ପର ମଧ୍ୟ ବିକାଶ ଘଟିବ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି।
ସବୁଠୁ ବଡ଼କଥା ହେଉଛି, ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ପୁରୀକୁ ନୋ ଫ୍ଲାଇଂ ଜୋନ ଘୋଷଣା କରିବା ପାଇଁ ପ୍ରଶାସନ ପକ୍ଷରୁ ଏକାଧିକଥର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ଯେଉଁ ଭୌଗୋଳିକ ସ୍ଥିତିରେ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ରହିଛି, ତାହା ଏକ ଆନ୍ତର୍ଜାତିକ ରୁଟ୍‌। ତେଣୁ ନୋ ଫ୍ଲାଇଂ ଜୋନ ଘୋଷଣା କରିବା ସମ୍ଭବ ନୁହେଁ। ହେଲେ ଯଦି ନୋ ଫ୍ଲାଇଂ ଜୋନ ଘୋଷଣା କରିହେବ ନାହିଁ, ତେବେ ପୁରୀରେ ବିମାନବନ୍ଦର କରାଯିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷାକୁ ଦେଖି ବଡ଼ଦାଣ୍ଡଠାରୁ କେତେ ଦୂରତାରେ ବିମାନବନ୍ଦର କରାଯିବା ଉଚିତ ତାହାକୁ ବିଚାର କରି ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏମିତି ବି ପୂର୍ବରୁ ପୁରୀ-କୋଣାର୍କ ରୋଡ୍‌ର ନୂଆନଈ ପୂର୍ବରୁ ଏକ ଏୟାର ଷ୍ଟ୍ରିପ୍‌ ରହିଥିଲା। ଏହି ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଯଦି ସରକାର ଏଥିପ୍ରତି ଆଗ୍ରହ ରଖନ୍ତେ, ତେବେ ପୁରୀରେ ବିମାନବନ୍ଦର ହେବାରେ କୌଣସି ଅସୁବିଧା ହୁଅନ୍ତା ନାହିଁ ବୋଲି କହିଛନ୍ତି ଜିଲା ଭାଜପା ଯୁବମୋର୍ଚ୍ଚା ଉପସଭାପତି ଶାଶ୍ୱତ ମହାପାତ୍ର।
ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପୁରୀରେ ବିମାନବନ୍ଦର ହେଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ସହ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପୁରୀବାସୀ ଉପକୃତ ହେବେ। ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ। ଏଣୁ ଏ ଦିଗରେ ପ୍ରଶାସନ ଚେଷ୍ଟା କରିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri