Categories: ଜାତୀୟ

ପୁନେରେ ପ୍ରବଳ ବର୍ଷା: ୭ ମୃତ, ସ୍କୁଲ, କଲେଜ ବନ୍ଦ

ପୁନେ,୨୬।୯:ମହାରାଷ୍ଟ୍ରର ପୁନେରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍ଥାନୀୟ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଛନ୍ତି। ବିଭିନ୍ନ ସ୍ଥାନରେ ଘରେ ବର୍ଷା ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ବୁଧବାର ନାଳରେ ୫ ଜଣ ଲୋକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାକି ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି। ଏନଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରାର୍ଯ୍ୟ ଜାରି ରଖିଛନ୍ତି।

Share