Categories: ଖେଳ

ପୁନିଆ ‘ଜୁନିୟର ଫ୍ରିଷ୍ଟାଇଲ ରେସ୍‌ଲର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୭ା୧୨(ପି.ଟି.)- ଉଭୟ ଜୁନିୟର ଏବଂ ସିନିୟର ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆ ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ଦ୍ୱାରା ‘ଜୁନିୟର ଫ୍ରିଷ୍ଟାଇଲ ରେସ୍‌ଲର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ୧୮ ବର୍ଷ ମଧ୍ୟରେ ଏକ ଜୁନିୟର ବିଶ୍ୱ ଟାଇଟଲ ଜିତିବାରେ ପୁନିଆ ପ୍ରଥମ ଭାରତୀୟ। ପରେ ସେ ସିନିୟର ଓ୍ବାଲର୍‌ଡ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ପ୍ରଥମ ଥର ଅଂଶଗ୍ରହଣ କରି ରୌପ୍ୟ ଜିତିଥିଲେ। ପୁନିଆ କହିଛନ୍ତି, ଏହି ସମ୍ମାନ ପାଇ ମୁଁ ଗର୍ବ ଅନୁଭବ କରୁଛି। ପ୍ରଦର୍ଶନରେ ଉନ୍ନତି ଆଣିବା କ୍ଷେତ୍ରରେ ଏହା ମୋ ପାଇଁ ପ୍ରେରଣା ଦାୟକ ହେବ। ମାତ୍ର ୧୮ ବର୍ଷ ବୟସରେ ଏକମାତ୍ର ଭାରତୀୟ ଭବେ ନୁର ସୁଲ୍‌ତାନଠାରେ ଫାଇନାଲକୁ ଉନ୍ନୀତ ହୋଇ ତାଙ୍କ ପରିପକ୍ୱତାର ନିଦର୍ଶନ ଦେଖାଇଥିଲେ। ଇଞ୍ଜୁରୀ ଯୋଗୁ ସେ ଇରାନର ହସନ ୟାଜଦାନୀଙ୍କ ବିପକ୍ଷରେ ଫାଇନାଲ ମୁକାବିଲାରେ ସେ ଅଂଶଗ୍ରହଣ କରିପାରି ନ ଥବଲେ। ମାତ୍ର ସେ ୮୬କେଜି ଶ୍ରେଣୀରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିଛନ୍ତି। ଜବରଦସ୍ତ ପ୍ରଦର୍ଶନ ଯୋଗୁ ପୁନିଆ ୮୬କେଜି ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ହୋଇ ପାରିଛନ୍ତି। ୨୦୧୬ କ୍ୟାଡେଟ୍‌ ବିଶ୍ୱ ଚାମ୍ପିୟନ ପୁନିଆ ବର୍ତ୍ତମାନ ବେଜିଂ ଅଲିମ୍ପିକ୍ସ ଏବଂ ୨୦୦୩ ବିଶ୍ୱ ଚାମ୍ପିୟନଶିପ୍‌ର ରୌପ୍ୟ ବିଜେତା ମୁରାଦ ଗାଇଦାରୋଭଙ୍କ ଅଧୀନରେ ତାଲିମ ନେଉଛନ୍ତି।

Share