Posted inଜାତୀୟ

ପୁନର୍ବିଚାର ପାଇଁ ପିଟିଶନ ଦାଏର

ନୂଆଦିଲ୍ଲୀ/ ପୁରୀ ଅଫିସ୍‌, ୨୦ା୬ : ଏବର୍ଷ ପୁରୀ ସମେତ ସାରା ଓଡ଼ିଶାରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାର ଦିନକ ପରେ ଉକ୍ତ ରାୟରେ ପରିବର୍ତ୍ତନ ପାଇଁ ପିଟିଶନ ଦାଏର ହୋଇଛି। କେବଳ ପୁରୀରେ ସେବାୟତମାନଙ୍କୁ ନେଇ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ ପାଇଁ ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି। ଆବେଦନକାରୀ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର ଅଫତାଭ ହୁସେନ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ଗୁରୁବାର ଦେଇଥିବା ରାୟର ପୁନର୍ବିଚାର କରନ୍ତୁ। ପୁରୀ ଗ୍ରୀନ୍‌ ଜୋନରେ ରହିଛି। ସହରରେ ଯେଉଁମାନେ ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ତାହା କେବଳ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀଙ୍କ ଯୋଗୁ ହୋଇଛି। ତେଣୁ ଉକ୍ତ ରାୟରେ ପରିବର୍ତ୍ତନ ଆଣି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ସେବାୟତମାନଙ୍କ ଦ୍ୱାରା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ରଥଯାତ୍ରା ବେଳେ ସମଗ୍ର ପୁରୀ ଜିଲାକୁ ଶଟ୍‌ଡାଉନ୍‌ କରାଯାଉ। ରଥଯାତ୍ରାରେ ସର୍ବସାଧାରଣଙ୍କ ଯୋଗଦାନ ଉପରେ କଟକଣା ଲଗାଯାଉ। ରଥଯାତ୍ରା ଦିନ ପୁରୀ ସହରକୁ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ କରାଗଲେ ସେବାୟତମାନେ ସୁରୁଖୁରୁରେ ଯାତ୍ରା ପାଇଁ ସେବା କରିପାରିବେ। ସାଧାରଣ ଲୋକ ସଂକ୍ରମିତ ହେବେ ନାହିଁ ଏବଂ ନ୍ୟାୟ ମିଳିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସର୍ବସାଧାରଣଙ୍କ ବିନା ଉପସ୍ଥିତିରେ ବିନା ବାଧାରେ ରଥଯାତ୍ରା କରାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାରୁ ମାତ୍ର ୭୫୦ ଜଣଙ୍କ ଯୋଗଦାନ ପର୍ଯ୍ୟାପ୍ତ। କିନ୍ତୁ ୧୧୭୨ ଜଣ ସେବାୟତଙ୍କ କରୋନା ନେଗେଟିଭ୍‌ ବାହାରିଥିବାରୁ ସେମାନେ ରଥଯାତ୍ରା ପରିଚାଳନା କରିପାରିବେ ବୋଲି ଆବେଦନକାରୀ ଉକ୍ତ ପିଟିଶନରେ ଉଲ୍ଲେଖ କରିଛନ୍ତି। ସେହିପରି ଶୁକ୍ରବାର ଶ୍ରୀମନ୍ଦିର ଦଇତାପତି ନିଯୋଗ ମଧ୍ୟ ସୁପ୍ରିମ୍‌କୋର୍ଟରେ ମୋଡିଫିକେଶନ ପିଟିଶନ ଦାଏର କରିଛନ୍ତି। ରାୟରେ ପରିବର୍ତ୍ତନ କରିବାକୁ ପିଟିଶନରେ ଆବେଦନ କରାଯାଇଛି। ସେହିପରି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ମଧ୍ୟ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରିଛି। ମହାସଂଘ ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ଏହି ପିଟିଶନ ଫାଇଲ କରିଛନ୍ତି। ଡ. ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁଙ୍କ ନୀତିକୁ ବନ୍ଦ କରିବା ଅହିତଜନକ। ଶ୍ରୀଜଗନ୍ନାଥଙ୍କ ମୂଳପୀଠରେ କିଭଳି ବିଧି ରକ୍ଷା ହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ। ମହାପ୍ରଭୁଙ୍କ କରୁଣାରୁ ସ୍ନାନଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ରଥଯାତ୍ରା ନ କରିବା ଉଦ୍ଦେଶ୍ୟ ପଛରେ କ’ଣ ରହସ୍ୟ ତାହା ସମୟ କହିବ। ମହାପ୍ରଭୁଙ୍କ ରଥଯାତ୍ରା କେତେକ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉ। ବିଶ୍ୱବାସୀ ଯେପରି ଘରେ ବସି ଦେଖିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ ବୋଲି ଡ. ପଟ୍ଟନାୟକ ମତ ରଖିଛନ୍ତି।
ପୁରୀ ସମେତ ସାରା ରାଜ୍ୟରେ ଜୁନ ୨୩ରେ ରଥଯାତ୍ରା ହୋଇଥାନ୍ତା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ସୁପ୍ରିମକୋର୍ଟ ଚଳିତବର୍ଷ ଓଡ଼ିଶାରେ ରଥଯାତ୍ରା ହେବ ନାହିଁ ବୋଲି ରାୟ ଦେଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌. ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଐତିହାସିକ ପରମ୍ପରା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବାରୁ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମା କରି ନ ଥାନ୍ତେ ବୋଲି ସିଜେଆଇ ବୋବ୍‌ଡେ କହିଥିଲେ। ରଥଯାତ୍ରା ବନ୍ଦ କରିବା ଲାଗି ‘ଓଡ଼ିଶା ବିକାଶ ପରିଷଦ’ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସେହିପରି ‘ଭାରତୀୟ ବିକାଶ ପରିଷଦ’ ତରଫରୁ ସୁରେନ୍ଦ୍ର ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏକ ଅପିଲ୍‌ ପିଟିଶନ ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri