ପୁନରୁଦ୍ଧାର ହେଉନି ଆଙ୍କୁଲି ବଡ଼ବନ୍ଧ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁର ସହରର ପୋଖରୀଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପୋତି ହେବାକୁ ବସିଛି ା ରାମଲିଙ୍ଗମ୍‌ ପୋଖରୀ, ବିଜିପୁର ସୁନାରୀ ବନ୍ଧ ଭଳି କେତେକ ପୋଖରୀକୁ ଛାଡିଦେଲେ ଏବେ ସହରର ଅନେକ ପୋଖରୀର ଅବସ୍ଥା ଶୋଚନୀୟ। ରକ୍ଷଣାବେକ୍ଷଣ, ପୁନରୁଦ୍ଧାର ଅଭାବରୁ ଏବେ ଅନେକ ପୋତିହେବାକୁ ବସିଲାଣି। ଏହାର ଉଦାହରଣ ବ୍ରହ୍ମପୁର ମହାନଗର ନିଗମ ଆଙ୍କୁଲି ଅଞ୍ଚଳର ବଡବନ୍ଧ ା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ପୋଖରୀ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି ା ବର୍ଷ ବର୍ଷ ଧରି ଆଙ୍କୁଲି, ଖୋଡାସିଙ୍ଗି ଅଞ୍ଚଳର ଖରାଦିନେ ଜଳାଭାବକୁ ପୂରଣ କରି ଆସୁଥିବା ଏହି ପୋଖରୀର ପୁନରୁଦ୍ଧାରକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା
କହିବାନୁଯାୟୀ, ବିଏମ୍‌ସିର ଆଙ୍କୁଲି ଅଞ୍ଚଳରେ ରହିଥିବା ବଡବନ୍ଧ ସହରର ବହୁପୁରାତନ ପୋଖରୀ ମଧ୍ୟ ଅନ୍ୟତମ ା ଏହି ପୋଖରୀ ଉପରେ ଆଙ୍କୁଲି ଅଞ୍ଚଳର ନିଗମ ନଗର, ନୂଆ ସାହି, କାର୍ଜି ସାହି, ଅନୁସୂଚିତ ଜାତି ସାହି, ପ୍ରଧାନ ସାହି , ବଡ ସାହି ଓ ମାଳି ସାହି ସମେତ ଖୋଡାସିଙ୍ଗି ଅଞ୍ଚଳର ପ୍ରାୟ ୧୦ ହଜାର ଲୋକ ନିର୍ଭର କରୁଛନ୍ତି ା ବର୍ଷ ବର୍ଷ ଧରି ଖରାଦିନେ ଜଳାଭାବକୁ ମଧ୍ୟ ଏହି ପୋଖରୀ ପୂରଣ କରିଆସୁଥିଲା ା କିନ୍ତୁ ଏହି ପୋଖରୀକୁ ଏବେ କେତେକ ଅସାଧୁବ୍ୟକ୍ତି ଘର ତଥା ଆପାର୍ଟମେଣ୍ଟର ମଇଳା ପାଣି ଛାଡୁଛନ୍ତି। ଫଳରେ ଏହାର ଜଳ ଏବେ ଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅନ୍ୟପକ୍ଷରେ ଆଖପାଖ ଜମିରେ ଜଳସେଚନ କରିବା ଉଦ୍ଦେଶ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଏହି ପୋଖରୀ ଅଧୀନକୁ ନେଇଥିଲା। ବର୍ତ୍ତମାନ ଏହି ପୋଖରୀର ଆଖପାଖ ଜମି ପ୍ଲଟିଂରେ ବ୍ୟବହାର ହେଉଛି ା ଫଳରେ ଏହି ପୋଖରୀ ଏବେ ବିଭାଗ ପାଇଁ ଅଦରକାରୀ ହୋଇଯାଇଛି ା ତେଣୁ ଏଥିପ୍ରତି ବିଭାଗ ଅବହେଳା କରୁଛି ା ଏହାର ପୁନରୁଦ୍ଧାର ତଥା ଦଳ ସଫା କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳବାସୀ କହିଛନ୍ତି ା ମେ ୨୨ତାରିଖରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି ା ଏଥିସହ କିଛି ଦିନ ପୂର୍ବେ ନିର୍ବାହୀଯନ୍ତ୍ରୀଙ୍କୁ ସାକ୍ଷାତ କରି ପୁନର୍ବାର ପୋଖରୀର ପୁନରୁଦ୍ଧାର କରିବା ଦିଗରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ା ତୁରନ୍ତ ଏହାର ପୁନରୁଦ୍ଧାର କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଅନ୍ୟପଟରେ ଏନେଇ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଅରୁଣ ଶୁକ୍ଳାଙ୍କ ସହ ଯୋଗାଯୋଗ ବେଳେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି ା ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri