ପୁଣି 10 ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା

ଖୋର୍ଦ୍ଧା ଅଫିସ,୫।୪ : ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଧର୍ମସଭା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗି ଚିନ୍ତାର କାରଣ ପାଲଟିଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲାର 13 ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ 9 ନିଜାମୁଦ୍ଦିନ ଓ ଜଣେ ବିହାର କିଶାନଗଞ୍ଜରେ କ୍ବାରାଣ୍ଟାଇନ ରେ ଅଛନ୍ତି । ଅନ୍ଯ 3 ଖୋର୍ଦ୍ଧା ବ୍ଲକ ଅଞ୍ଚଳର ହୋଇଥିବା ଖବର ପାଇ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ସ୍ବାବ ପରୀକ୍ଷା ଲାଗି ପଠାଯାଇଥିବା ରିପୋର୍ଟ ନେଗେଟିଭ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶନିବାର ସେମାନଙ୍କ ପରିବାର ଓ ସମ୍ପର୍କିୟ 10ଜଣଙ୍କୁ ସ୍ବାବ ପରୀକ୍ଷା ଲାଗି ପଠାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଉକ୍ତ ଅଞ୍ଚଳ ପରିବାରଙ୍କ ଉପରେ କଡା ନଜର ରଖିବା ଲାଗି ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।