Categories: ଖେଳ

ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୬।୩- ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ଜରି ପରେ ଫିଟ୍‌ ହୋଇ ପଡ଼ିଆକୁ ଫେରିବାପରଠାରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ଡି.ଓ୍ବାଇ. ପାଟିଲ ଟୁର୍ନାମେଣ୍ଟର ଗତମ୍ୟାଚ୍‌ରେ ଶତକ ହାସଲ କରିଥିବା ଅଲରାଉଣ୍ଡର ପୁଣି ଶୁକ୍ରବାର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ମାତ୍ର ୫୫ ବଲରେ ୨୮୭.୨୭ ଷ୍ଟ୍ରାଇକରେଟ୍‌ରେ ଅପରାଜିତ ୧୫୮* ରନ୍‌ କରିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କର ଦ୍ୱିତୀୟ ଶତକ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ସାମିଲ ଥିଲା ୨୦ ଛକା ଓ ୬ ଚୌକା। ସେ ପୂରା ଇନିଂସରେ କୌଣସି ବୋଲରଙ୍କୁ କ୍ଷମା ଦେଇ ନ ଥିଲେ। ମୁମ୍ବାଇର ଏହି ଘରୋଇ ଟୁର୍ନାମେଣ୍ଟରେ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୪ ମ୍ୟାଚ୍‌ ଖେଳି ଦୁଇ ଶତକ ହାସଲ କରିବା ସହ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି।

Share