Categories: ଜାତୀୟ

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀ ହାଣ ମୁହଁରେ ପଡ଼ିଛନ୍ତି। ସେମାନଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ୍‌ ଆଣ୍ଡ୍‌ ଆଡମିନିଷ୍ଟ୍ରେଟିଭ୍‌ ରିଫର୍ମ ନିୟମ ୫୬ ଅନୁସାରେ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପୂର୍ବରୁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଏହି ନିୟମ ଅର୍ନ୍ତଗତ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

Share