ପୁଣି ସବୁଜ ସୁନ୍ଦର ହେବ ଭୁବନେଶ୍ୱର: ଆଳଙ୍କାରିକ ବୃକ୍ଷ ସହରର ଶୋଭା ବଢ଼ାଇବ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଯିବ। ରାସ୍ତାକଡ଼, ଫ୍ଲାଏ ଓଭର ତଳ ଓ ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟଭରା ଓ ଆଳଙ୍କାରିକ ବୃକ୍ଷ, ଲତା ଜାତୀୟ ଗଛ ଓ ଫୁଲ ନ ଥିବା ଗଛକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ଥାନିତ କରିବ। ଯାହାକି ସହରର ସବୁଜିମା ଫେରାଇବା ସହ ଭୁବନେଶ୍ୱରକୁ ଏକ ନୂଆ ରୂପ ଦେବ। ଫ୍ଲାଇ ଓଭର୍‌ ତଳେ ଫୁଲ ନ ଥିବା ଗଛ ଓ ରାସ୍ତା ପାର୍ଶ୍ୱରେ ଲତା ଜାତୀୟ ଗୁଳ୍ମ ଓ ଉଦ୍ଭିଦ ସହରର ଶୋଭା ବଢାଇବ। ସାରା ଭୁବନେଶ୍ୱରର ଭୂଚିତ୍ରକୁ ଏହି ପ୍ରକାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା କରାଯିବ ବୋଲି ଏକ ବିଜ୍ଞପ୍ତିରେ ବିଡିଏ ବୁଧବାର ପ୍ରକାଶ କରିଛି।
କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ଏହା ସହାୟକ ହେବ ତାହା ନୁହେଁ, ବରଂ ମୃତ୍ତିକାକୁ ସଂରକ୍ଷଣ କରିବାକୁ ଏବଂ ଜଙ୍ଗଲୀ ଘାସ ଇତ୍ୟାଦିକୁ ବଢ଼ିବାକୁ ନ ଦେବାରେ ଲତା ରୋପଣ ସହାୟକ ହେବ। ପ୍ରକୃତି ଅନୁଯାୟୀ ଲତାଗୁଡିକ ଶୀଘ୍ର ବଢ଼ିଥାନ୍ତି ଏବଂ ବଢ଼ିବା ପାଇଁ କମ୍‌ ଭୂପୃଷ୍ଠର ଆବଶ୍ୟକତା ଥାଏ। ତେଣୁ ଫୁଲ ନ ଥିବା ଗଛରେ ଏହା ମାଡିଚାଲିଲେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ପ୍ରାଥମିକଭାବେ ଏହି ପ୍ରକଳ୍ପ ୧୧ଟି ପାର୍କରେ କରାଯିବ, ଯେଉଁଥିରେ କି ୫ଟି ସିଟି ପାର୍କ ଏବଂ ୬ଟି କଲୋନୀ ପାର୍କ ଅନ୍ତର୍ଭୁକ୍ତ ରହିଛି। ପରେ ଅନ୍ୟ ପାର୍କକୁ ଏଭଳି କରାଯିବ। ରାସ୍ତାକଡରେ ଥିବା ଗଛରେ ଲତା ବଢ଼ିବା ପାଇଁ ଏବଂ ବିଶେଷକରି ଶୀତଋତୁରେ ବଢୁଥିବା ଲତାକୁ ଏବେ ସ୍ଥାନିତ କରିବାକୁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏହା ସହରର ସୌନ୍ଦର୍ଯ୍ୟକରଣ କ୍ଷମତାକୁ ଅଧିକ ତ୍ୱରାନ୍ବିତ କରିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ଉଭୟ ବିଡିଏ ଏବଂ ବିଏମ୍‌ସିର ହର୍ଟିକଲ୍ଚରିଷ୍ଟ୍‌ ଓ ଲ୍ୟାଣ୍ଡ୍‌ ସ୍କେପ୍‌ ଏକ୍ସପର୍ଟ୍‌ ମାନେ ଅନୁଧ୍ୟାନରୁ ଜାଣିଛନ୍ତି ଯେ, କେବଳ ପାର୍କ ଏବଂ ରାସ୍ତାକଡର ଝଙ୍କାଳିଆ ଗଛ ଯାହା ଫୁଲଶୂନ୍ୟ ସେଗୁଡିକୁ ପ୍ରକୃତିର ରୂପ ଦେବା ପାଇଁ ଏବଂ ସହରର ପ୍ରକୃତିକୁ ଅଧିକ ସୁନ୍ଦର ଓ ସ୍ମାର୍ଟ୍‌ କରିବାପାଇଁ ଏ ପ୍ରକାରର ପଦକ୍ଷେପ ସହାୟକ ହେବ। ଦିଲ୍ଲୀ ସମେତ ଅନେକ ସ୍ଥାନରେ ଫ୍ଲାଇଓଭର ତଳେ ଥିବା ବଡବଡ ଖମ୍ବରେ, ଛକସ୍ଥାନ ଇତ୍ୟାଦିରେ ସବୁଜିମାର ଶୋଭା ଖୁବ୍‌ ମନୋହର। କିଛିଦିନ ତଳେ ପ୍ରଳଙ୍କରୀ ବାତ୍ୟା ‘ଫନୀ’ ହେତୁ ରାଜଧାନୀର ସବୁଜିମା କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲତାର ଶୋଭା ଖୁବ୍‌ଶୀଘ୍ର ପ୍ର୍ରାକୃତିକ ରୁଚି ଦେବ ବୋଲି ବରିଷ୍ଠ ନାଗରିକ ଏନ୍‌. କେ. ପଟ୍ଟନାୟକ କହିଛନ୍ତି। ଏହାର ସଫଳତାକୁ ନେଇ ଅନ୍ୟ ସହରରେ ମଧ୍ୟ ସମାନ କାର୍ଯ୍ୟ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri