Categories: ଖେଳ

ପୁଣି ଶତକ ନିକଟରେ ରୋହିତ

ପୁଣି ଶତକ ନିକଟରେ ରୋହିତ
ବିଶାଖାପାଟଣା,୫।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୭୬ ରନ୍‌ର ଶତକୀୟ ଇନିଂସ ଖେଳିଥିବା ରୋହିତ ଶର୍ମା ଦ୍ୱିତୀୟ ପାଳିରେ ମଧ୍ୟ ଶତକ ଆଡ଼େ ଅଗ୍ରସର ହେଉଛନ୍ତି। ମ୍ୟାଚ୍‌ର ୪ର୍ଥ ଦିନ ଚା’ ପାନ ବିରତି ସୁଦ୍ଧା ରୋହିତ ୮୪ ରନ୍‌ କରି ଅପରାଜିତ ରହିଛନ୍ତି। ଶନିବାର ଦକ୍ଷିଣ ଆଫ୍ରିକା ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୮୫/୮ରୁ ବ୍ୟାଟିଂ ଆରମ୍ଭ କରି ୪୩୧ ରନ୍‌ରେ ସୀମିତ ରହିଥିଲା। ସେନୁରାନ ମୁଥୁସାମି ୩୩ ରନ୍‌ କରି ନଟ୍‌ଆଉଟ୍‌ ଥିବାବେଳେ ପୂର୍ବରୁ କ୍ୱିଣ୍ଟନ ଡିକକ୍‌ ୧୧୧ ଓ ଡିନ ଏଲଗାର ୧୬୦ ରନ୍‌ କରିଥିଲେ। ଘରୋଇ ଦଳ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୭ ଓ ରବୀନ୍ଦ୍ର ଜାଡେଜା ୨ ଉଇକେଟ ନେଇଥିଲା। ପ୍ରଥମ ଇନିଂସରେ ୫୦୨ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ୭୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଚା’ ପାନ ବିରତି ସୁଦ୍ଧା ଦ୍ୱିତୀୟ ଇନିଂସରେ ୪୮ ଓଭର ଖେଳି ୧ ଉଇକେଟ ହରାଇ ୧୭୫ ରନ୍‌ କରିଛି। ରୋହିତ ୮୪ ଓ ଚେତେଶ୍ୱର ପୂଜାରା ୭୫ ରନ୍‌ କରି ଅପରାଜିତ ରହିଛନ୍ତିି। ଏପର୍ଯ୍ୟନ୍ତ ଭାରତୀୟ ଦଳ ୨୪୬ ରନ୍‌ ଆଗରେ ରହିଛି।

Share